Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଆଇନ ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ୟୁନିଫର୍ମ ପଲିସୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଖୁବଶୀଘ୍ର ଆଇନ ବିଭାଗ ଲାଗୁ କରିବାକୁ ଯାଉଛି ନୂଆ ୟୁନିଫର୍ମ ପଲିସୀ

ଅର୍ଗସ ବ୍ୟୁରୋ:  ମହାପ୍ରଭୁଙ୍କ ନାଁରେ ରହିଛି ବିଭିନ୍ନ କିସମର ୬୦,୪୨୬.୯୪୩ ଏକର ଜମି । ସେଥିରୁ ଓଡ଼ିଶାର ୨୪ଟି ଜିଲ୍ଲାରେ ୬୦,୦୩୧.୯୪୩ ଏକର ଓ ରାଜ୍ୟ ବାହାରେ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ରହିଛି । ରାଜ୍ୟ ଭିତରେ ଚିହ୍ନଟ ଜମିରୁ ଖୋର୍ଦ୍ଧା ଜିଲ୍ଲାରେ ୫୮୨.୨୫୫ ଏକର ଜମି ରହିଛି। ଯାହା ଓଡ଼ିଶା କାଜୁ ଉନ୍ନୟନ ନିଗମକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଇଛି। ଏହାବାଦ୍‌ ମହାପ୍ରଭୁଙ୍କ ଜମି ଉପରେ ବିଭିନ୍ନ ପ୍ରକାରର ୭୬ଟି ଖଣି ଓ ୨୪୦ଟି କ୍ରସର ରହିଛି । ବିଭିନ୍ନ ସ୍ଥାନରେ ଥିବା ଚାଷ ଜମିଗୁଡ଼ିକୁ ସ୍ଥାନୀୟ ଲୋକମାନଙ୍କୁ ଚାଷ କରିବାକୁ ଅନୁମତି ଦେଇ ରାଜଭାଗ ଆଦାୟ କରାଯାଉଛି । ଏ ଭିତରେ ୬୦,୪୨୬.୯୪୩ ଏକର ଜମିରୁ ୩୪,୮୭୬.୯୮୩ ଏକର ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ବାକି ୨୬,୨୨୫.୯୬୭ ଏକର ଜମିର ସ୍ବତ୍ତ୍ବଲିପି ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ହସ୍ତଗତ ହୋଇପାରିନି । ତେବେ ମାଟିତୋଟା ମୌଜାରେ ଜାଲିଆତି କରି ମହାପ୍ରଭୁଙ୍କ ଜମି ବିକ୍ରି ପ୍ରସଙ୍ଗ ସାମ୍ନା କୁ ଆସିବା ପରେ ଆକ୍ସନ ମୋଡ଼ରେ ଆଇନ ବିଭାଗ । 

ସେପଟେ ମାଟିତୋଟା ମୌଜାରେ ରହିଛି ୬୪ ଏକର ୮୮ ଡ଼ିସିମିଲ ଜମି । ୟୁନିଟ ୧ ଖାତା ନମ୍ବର ୩୮ରେ ୧୦୯ ଟି ରାଜସ୍ୱ ପ୍ଲଟ ବେଆଇନ ଭାବେ ଜବରଦଖଲ ହୋଇ ହସ୍ତାନ୍ତର ବା ନୋଟାରୀ  ମାଧ୍ୟମରେ ବିକ୍ରୀ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଏହା ଜାଣିବା ପରେ ବାସେଳୀ ସାହି ଥାନାରେ ଏତଲା ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ୟକ୍ତିଗତ ଭାବେ ଜିଲ୍ଳାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି । 

ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଖୋଦ୍ ବିଜେଡି ନେତା ତଥା ବରିଷ୍ଠ ସେବାୟତ ଗୌରହରି ପ୍ରଧାନ।  ତତ୍କାଳୀନ ଲ୍ୟାଣ୍ଡ ସବକମିଟି ସଦସ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର ମଧ୍ୟ ତତ୍କାଳୀନ ସରକାରଙ୍କ ସ୍ଥାଣୁତାକୁ ପଦାରେ ପକାଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The Law Department is going to implement a new uniform policy soon | Argus News