Videos
|
Odisha

ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ

ଅର୍ଗସ ବ୍ୟୁରୋ:  ଅନ୍ଧାରୀ ମୂଲକରେ ପାହାଡି ଗାଁ । ଏଠି ସଧ୍ୟା ନଇଁବା କ୍ଷଣି ବିଜେ କରେ ଅନ୍ଧାର । ଏହେଉଛି ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ର ଲୋରେଶ। ଗାଆଁକୁ ଯିବା ପାଇଁ ହେଲେ ମରଚିଗୁଡା ଠାରୁ ପାଞ୍ଚ କିଲମିଟର ପାହାଡିଆ ଘାଟି ରାସ୍ତା ଦେଇ ଗଲେ ପଡେ ଲୋରେଶ । ଗାଁରେ ପାଖାପାଖି 60 ଆଦିବାସୀ ପରିବାର ରୁହନ୍ତି। ହେଲେ ଗାଁକୁ ଯିବାକୁ ଆଜିଯାଏଁ ଭଲ ରାସ୍ତା ଟିଏ ନାହିଁ। ଖାଲଖମା ଭରା ପାଦଚଲା ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ।


ବିଦ୍ୟୁତ୍ କଣ ଜାଣି ନାହାନ୍ତି ଲୋରେଶବାସୀ। ସନ୍ଧ୍ୟା ନଇଁଲେ ଗାଁରେ ପଡେ ତାଟି କବାଟ। ଦିନ ଥାଉଥାଉ ସବୁ କାମ ସାରି ଦିଅନ୍ତି ଲୋକେ। ଶୀତ ଓ ଜୀବଯନ୍ତୁଙ୍କ ଠାରୁ ସୁରକ୍ଷିତ ରହିବା ପାଇଁ ଲୋକେ ଗାଁ ଦାଣ୍ଡରେ ନିଆଁ ଲଗାଇଥାନ୍ତି। କିଛି ବର୍ଷ‌ ତଳେ ସରକାରୀ ସହାୟତା ଭାବେ ଗାଁରେ ୪ଟି ସୋଲାର ଲାଇଟ ସଂଯୋଗ ହୋଇଥିଲା। ମାତ୍ର ସେଥିରୁ ପ୍ରାୟ ସବୁ ଖରାପ। ତେଣୁ ଗାଁରେ ସଧ୍ୟା ହେବା କ୍ଷଣି ଯେଉଁ ଅନ୍ଧାରୀ ବିଜେକୁ ସେଇ ଅନ୍ଧାରୀ ବିଜେ ହେଉଛି। ଏଇ ଅନ୍ଧାରରେ ହଜିବାକୁ ବସିଛି ସ୍ଥାନୀୟ ଶିଶୁଙ୍କ ଭବିଶ୍ୟତ। କାରଣ ଗାଁରେ ଅଙ୍ଗନୱାଡି ନାହିଁ କି ନାହିଁ ବିଦ୍ୟାଳୟ। ସେଭଳି ପନୀୟ ଜଳ ଯୋଗାଣ ପାଇଁ ମଧ୍ୟ ଗାଁରେ କିଛି ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ନିର୍ବାଚନ ସମୟରେ କେବଳ କୁଜି ନେତା ମାନେ ଗାଁକୁ ଆସନ୍ତି କାରଣ ଗାଁକୁ ରାସ୍ତା ନଥିବାରୁ ଏଠାକୁ ନେତାକି ବାବୁଙ୍କ ପାଦ ପଡେନି। ତା ସହ ଏଠି ପଡେନି ବିକାଶର ପାଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

The light of development is lost in the darkness | Argus News