Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କ ନେଇ ଚର୍ଚ୍ଚା 

Odisha

ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କ ନେଇ ଚର୍ଚ୍ଚା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କ ନେଇ ଚର୍ଚ୍ଚା 

ବଲାଙ୍ଗିର: ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମଦ ବେପାରୀ ଦୀପକ ସାହୁ ଓ  ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଛି ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଟୁକୁନି ସାହୁଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ?

 ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି। ସେହିପରି  ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତାଙ୍କର ଏହି ମାମଲାରେ ସଂପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି। ଅନ୍ୟପଟେ ରେଡରେ ଜବତ ଲାଲ ଡାଏରୀକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେହି ଲାଲ୍ ଡାଏରୀରେ ଲୁଚିଛି କି ବଡ ସତ ?  କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? ଲାଲ ଡାଏରୀରେ ଲୁଚିଛି ଏହି ସବୁ ପ୍ରଶ୍ନର ଉତ୍ତର । 

ଅଧିକ ପଢନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The link of BJD's biggest member in liquor scam worth hundreds of crores | Argus News