Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଡ଼ରେ ଲମ୍ବୁଛି ନକଲି ଶିକ୍ଷକଙ୍କ ତାଲିକା

Sangram Tripathy
Browse all articles by Sangram Tripathy
·1 year ago·2 min read
ବରଗଡ଼ରେ ଲମ୍ବୁଛି ନକଲି ଶିକ୍ଷକଙ୍କ ତାଲିକା


ଅର୍ଗସ ବ୍ୟୁରୋ:ଚାକିରି ଅସଲି ଶିକ୍ଷକ ନକଲି। ବରଗଡ଼କୁ ଟେନସନ,ମାଳମାଳ ନକଲି ଶିକ୍ଷକ। ଯାହା ଶୁଣିଲେ ଆପଣଙ୍କର ବି ଉଡିବ ହୋସ୍ । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ସାଂଘାତିକ ତଥ୍ୟ ରହିଛି। ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ପାଇଥିଲେ ୧୬୫ ଜଣ କେବଳ ସେତିକି ନୁହେଁ। ନକଲି ଶିକ୍ଷକଙ୍କୁ କୁଆଡେ ବ୍ଲକ୍ ଶିକ୍ଷା ଅଧିକାରୀ ସୁରକ୍ଷା ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗୁଣିଆଁ ଯିଏ ଡାହାଣୀ ସିଏ । ଯେଉଁ ବିଭାଗ ନକଲି ଶିକ୍ଷକଙ୍କୁ ଚିହ୍ନଟ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକଥା। ସେହି ଶିକ୍ଷା ବିଭାଗର ଅଧିକାରୀ ନକଲି ଶିକ୍ଷକଙ୍କଠାରୁ ଟଙ୍କା ନେଇ ବର୍ଷ ବର୍ଷଧରି ଦେଉଥିଲେ ସୁରକ୍ଷା । ଏକଥା ଆମେ କହୁନୁ ବରଂ କହୁଛନ୍ତି ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ଜଣେ ଶିକ୍ଷକ । ବରଗଡ଼ ଜିଲ୍ଲାର ଅମ୍ଵାଭୋନା  ବ୍ଲକରେ ପ୍ରାୟ ୭୦ ପ୍ରତିଶତ ଶିକ୍ଷକ ନକଲି ଥିବା ଅଭିଯୋଗ କରିଛନ୍ତି 


 ସାମାନ୍ୟ ପରିବର୍ତ୍ତନକୁ ବାଦ୍ ଦେଲେ ଦୁଇ ସାର୍ଟିଫିକେଟ୍ ପୁରା ସମାନ । ଦୁଇଟି ଯାକ ମାର୍କସିଟ୍ ରେ ସଂଖ୍ୟା ପ୍ରାୟ ସମାନ। ଅର୍ଥାତ ଅସଲି ବିଇଡି କରି ଚାକିରି ପାଇଥିବା କିଛି ଶିକ୍ଷକ ଟଙ୍କା ନେଇ ତାଙ୍କ ସାର୍ଟିଫିକେଟର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଅସଲି ସାର୍ଟିଫିକେଟରେ ସାମାନ୍ୟ ପରିବର୍ତ୍ତନ କରି ପ୍ରସ୍ତୁତ ହୋଇଛି ନକଲି ସାର୍ଟିଫିକେଟ୍ 
ନକଲି ରେସିଡେଣ୍ଟ ସାର୍ଟିଫିକେଟ ତିଆରି କରି ୨୦୦୫ରେ ବହୁଲୋକ ହାତେଇଥିଲେ ସରକାରୀ ଚାକିରିଘେଁସର ସରୋଜ ମେହେର, ସତ୍ୟାନନ୍ଦ ପ୍ରଧାନ ବରପାଲି ବ୍ଲକର ଦିଲେଶ୍ବର ମଲ୍ଲିକ, ରାଜକୁମାର ପ୍ରଧାନ, ପଦ୍ମଚରଣ ସାହୁଙ୍କ ଭଳି ଅନେକ ଶିକ୍ଷକ ବାହାର ୟୁନିଭର୍ସିଟି ନାଁରେ ନକଲି ସାର୍ଟିଫିକେଟ କିଣି ସରକାରୀ ଚାକିରି କରୁଥିବା ଅଭିଯୋଗ ହୋଇଛି। ସେପଟେ ଫେକ୍ ସାର୍ଟିଫିକେଟ୍ କେଳେଙ୍କାରୀ ନେଇ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଥିବା ତଥ୍ୟ ଯେତିକି ସାଙ୍ଘାତିକ ସେତିକି ବିପଦ ଜନକ। 

ବିଜେଡି ସରକାର ଅମଳରେ ଫେକ ସାର୍ଟିଫିକେଟ ଦେଇ ୧୬୫ ଜଣ ଶିକ୍ଷକ ଚାକିରି ପାଇଥିଲେ ସେଥିମଧ୍ୟରୁ ୯୭ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।୨୫ ଜଣ ନିଜ ଆଡୁ ଇସ୍ତଫା ଦେଇଥିବାବେଳେ ୯୬ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ୨୮୦ ଏଲିମେଣ୍ଟାରୀ ଶିକ୍ଷକ ଫେକ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ବିଭାଗ ବହିଷ୍କାର କରିଛି । କେବେ ଶେଷ ହେବ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ,ବରଗଡ଼ ଜିଲ୍ଲାରେ ନକଲି ଶିକ୍ଷକଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ,ନା ଏମିତି ଚାଲିଥିବ ଯାଞ୍ଚଭେଳିକି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The list of fake teachers is long in Bargarh | Argus News