Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଜିରେ ଲାଗିଛି ୱାଟର ସ୍ପୋର୍ଟ୍ସର ମଜା ନେଉଥିବା ପର୍ଯ୍ୟଟକଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାଜିରେ ଲାଗିଛି ୱାଟର ସ୍ପୋର୍ଟ୍ସର ମଜା ନେଉଥିବା ପର୍ଯ୍ୟଟକଙ୍କ ଜୀବନ

Key Points

ପୁରୀ ବେଳାଭୂମିରେ ଜଳ କ୍ରୀଡ଼ା ନିୟମର ଖୋଲାଖୋଲି ଉଲଂଘନ
ବାଜିରେ ଲାଗିଛି ୱାଟର ସ୍ପୋର୍ଟ୍ସର ମଜା ନେଉଥିବା ପର୍ଯ୍ୟଟକଙ୍କ ଜୀବନ
ଶନିବାର ଅଘଟଣ ପରେ ପୁରୀ ବେଳାଭୂମିରେ ଜଳକ୍ରୀଡ଼ାକୁ ନେଇ ପ୍ରଶ୍ନ
ବୋଟ୍ ଓଲଟିବାରୁ ଅଳ୍ପକେ ରକ୍ଷା ପାଇଥିଲା ବଙ୍ଗୀୟ ଦମ୍ପତ୍ତିଙ୍କ ଜୀବନ
ୱାଟର ସ୍ପୋର୍ଟସ ସଂସ୍ଥା ନିୟମ ଭାଙ୍ଗିଥିବା ନେଇ ଅର୍ଗସ ହାତରେ ବଡ଼ ପ୍ରମାଣ
୩ ବର୍ଷ ଧରି ନିୟମର ଖିଲାପ କରୁଥିଲେ ବି କାହିଁକି ଚୁପ୍ ଜିଲ୍ଲା ପ୍ରଶାସନ ?

ଶନିବାର ପୁରୀ ସମୁଦ୍ର କୁଳରେ ଘଟିଥିଲା ଏହି ଛାତିଥରା ବୋଟ୍ ଦୁର୍ଘଟଣା। ବଡ଼ ଲହଡ଼ିରେ ମାଡ଼ହୋଇ ଓଲଟି ପଡ଼ିଲା ୱାଟର ସ୍ପୋର୍ଟସ ବୋଟ୍। ଜୀବନ ରକ୍ଷା ପାଇଁ ଛାଟିପିଟି ହୋଇ ଚିତ୍କାର କରିଥିଲେ ବୋଟରେ ଥିବା ବଙ୍ଗୀୟ ଦମ୍ପତ୍ତି। ସୌଭାଗ୍ୟ ବସତଃ ସେମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଥିବାରୁ ପାଣିରେ ବୁଡ଼ି ନଥିଲେ। ଲାଇଫ ଗାର୍ଡଙ୍କ ସତର୍କତା ପାଇଁ ଅଳ୍ପକେ ରକ୍ଷା ପାଇଗଲା ସେମାନଙ୍କ ଜୀବନ। ବୋଟ୍ ଦୁର୍ଘଟଣାର ଶିକାର ହୋଇଥିବା ଏହି ବଙ୍ଗୀୟ ଦମ୍ପତ୍ତି ହେଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି।


ଏହି ଅଘଟଣ ପରେ ପୁରୀ ସମୁଦ୍ର କୁଳରେ ୱାଟର ସ୍ପୋର୍ଟସ ଉପରେ ଲାଗିିଛି ପ୍ରଶ୍ନଚିହ୍ନ। ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ସ୍ପିଡ ବୋଟ୍ ଟି ଭାରସାମ୍ୟ ହରାଇ ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। ୱାଟର ସ୍ପୋର୍ଟସ ସଂସ୍ଥାର ମନମାନି ଯୋଗୁଁ ଏଭଳି ଘଟୁଥିବା ଅଭିଯୋଗ କରିଛନ୍ତି ଲାଇଫଗାର୍ଡ ସଙ୍ଘର ଆବାହକ । ସେପଟେ ବଙ୍ଗୀୟ ଦମ୍ପତ୍ତିଙ୍କ ପକ୍ଷରୁ କୋଲକାତାର ଏକ ଥାନାରେ ସମ୍ପୃକ୍ତ ୱାଟର ସ୍ପୋର୍ଟସ ସଂସ୍ଥା ସ୍କାଏ ଡ୍ରାଇଭ ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ ବିରୋଧରେ ଏତଲା ଦିଆଯାଇଛି।

ପୁରୀ ନିକଟ ସମୁଦ୍ର କୂଳରେ ଆଡଭେଞ୍ଚର ୱାଟର ସ୍ପୋର୍ଟସ ପାଇଁ ଅନୁକଳ ପରିବେଶ ନାହିଁ । କେବଳ ମଙ୍ଗଳା ନଦୀ ମୁହାଣକୁ ଆଡଭେଞ୍ଚର ୱାଟର ସ୍ପୋର୍ଟସ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ସ୍କାଏ ଡ୍ରାଇଭ ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ ସଂସ୍ଥା ଲାଇଟ୍ ହାଉସ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଜଳକ୍ରୀଡ଼ା କରାଉଛି। ଯାହାକି ସଂପୂର୍ଣ୍ଣ ବେଆଇନ୍। ଏ ଦସ୍ତାବିଜ ହେଉଛି ତାର ପ୍ରମାଣ। ୨୦୨୩ ଜୁଲାଇ ୧୯ରେ ସ୍କାଏ ଡାଇଭ ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ ସଂସ୍ଥାର ମୁଖ୍ୟ ପୃଥ୍ବୀରାଜ ଛୁଆଳସିଂଙ୍କୁ ମଙ୍ଗଳା ନଦୀ ମୁହାଁଣ ନିକଟ ବେଳାଭୂମିରେ ଜଳକ୍ରୀଡ଼ା ପାଇଁ ଦିଆଯାଇଥିଲା ଅନୁମତି । ଏବେ ପ୍ରଶ୍ନ ଉଠୁଛି କିଭଳି ୩ ବର୍ଷ ଧରି ବେଆଇନ୍ ଭାବେ ସେ ଏଠାରେ ପର୍ଯ୍ୟଟକଙ୍କୁ ଜଳ କ୍ରୀଡ଼ା କରାଇ ଆସୁଥିଲେ ? ଜିଲ୍ଲା ପ୍ରଶାସନ କରୁଥିଲା କଣ ? ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବେଳାଭୂମି ସୁରକ୍ଷା ପରିଷଦ ।

ପୁରୀ ବେଳାଭୂମି କେବଳ ସମୁଦ୍ରସ୍ନାନ ପାଇଁ ଉଦ୍ଧିଷ୍ଟ ଥିବା ବେଲେ ଏଭଳି ୱାଟର ସ୍ପୋର୍ଟସ କରିବା ଦ୍ୱାରା ବିଗିଡି ଯାଉଛି ବେଳାଭୂମିର ଆକର୍ଷଣ । ତେଣୁ କହା ସୁରକ୍ଷାରେ ବେଆଇନ ଭାବେ ସ୍କାଏ ଡ୍ରାଇଭ ଆଡଭେଞ୍ଚର ଓ ୱାଟର ସ୍ପୋର୍ଟସ ସଂସ୍ଥା ଲାଇଟ୍ ହାଉସ ସମ୍ମୁଖ ବେଳାଭୂମିରେ ଜଳ କ୍ରୀଡ଼ା କରାଇଆସୁଥିବା ତାହା ବଡ଼ ପ୍ରଶ୍ନ ? ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ କିମ୍ବା ଏସପି ଏଯାଏ ମୁହଁ ଖୋଲି ନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-lives-of-tourists-enjoying-water-sports-are-at-stake | Argus News