Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୂଖ୍ୟ କେନାଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିପଦରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୂଖ୍ୟ କେନାଲ

Key Points

କେନାଲ ଫାଟି ଆଁ... ଭୟଭୀତ ଗାଁ

ବିପଦରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୂଖ୍ୟ କେନାଲ
୩୦ ବର୍ଷ ହେଲା ହେଉନି ମରାମତି

ଦୁର୍ଗମରେ ଡ଼ରାଉଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମୂଖ୍ୟ କେନାଲ। ୩୦ ବର୍ଷ ଧରି ମରାମତି ନ ହେବା ଫଳରେ ବିଭିନ୍ନ ସ୍ଥାନର କେନାଲ ଫାଟି ଆଁ କଲାଣି । ଦେଖନ୍ତୁ କିଭଳି କେନାଲ ଫାଟି ଆଁ, ବିଭିନ୍ନ ସ୍ଥାନରେ ବଡ ବଡ଼ ଖାଲ। କେନାଲ ଉପରେ ଗଛ ମାଡ଼ି ଗଲାଣି, କେନାଲ କଡ ନଟା ବୁଦାରେ ପରିପୂର୍ଣ୍ଣ। କେନାଲ ଭିତରେ ଚିତ୍ର ଭଲ ଭାବରେ ଦେଖନ୍ତୁ ଦଳ,ପଙ୍କରେ ପରିପୂର୍ଣ୍ଣ। କେନାଲ କୁ ଦେଖିଲେ ଏପରି ଲାଗୁଛି ଏଇନେ ଭାଙ୍ଗିଯିବ। କେନାଲରେ ବଡବଡ ଖାଲ ଏବଂ ସମ୍ପୂର୍ଣ୍ଣ କେନାଲ ଫାଟି ଯାଇଥିବାରୁ କେନାଲ କଡରେ ବସବାସ କରୁଥିବା ଗାଁ ଲୋକେ ଭୟଭୀତ ହୋଇ ଜୀବନଯାପନ କରୁଛନ୍ତି।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଦେଉଳି ପଞ୍ଚାୟତରେ ଅବସ୍ଥିତ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ମାଟିଆଡ଼ି ବନ୍ଧ ସୁବର୍ଣ୍ଣରେଖା ଜମ୍ଭିରା ବନ୍ଧ ଠାରୁ ବାହାରି ଥିବା ମୂଖ୍ୟ କେନାଲର । ବିସ୍ତ୍ରୁତ କେନାଲ ଦେଉଳିଠାରୁ ବାହାରି ବାଲେଶ୍ଵର ଜିଲ୍ଲାକୁ ସଂଯୋଗ କରୁଛି,ଦୀର୍ଘ ୩୦ବର୍ଷ ତଳେ ଚାଷୀ ମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି କେନାଲ ତିଆରି ହୋଇଥିଲା। କିନ୍ତୁ କେନାଲର ୩୦ବର୍ଷ ପରେ ଅବସ୍ଥା ଦେଖନ୍ତୁ ସମ୍ପୂର୍ଣ୍ଣ ଫାଟି ଯାଇଛି, ବିଶେଷ ଭାବରେ ଅଁଳାକୁଡ଼ା,ଦେଉଳି, ଫାନିଆ,ପାକଟିଆ, ମହାଵିଲା ଓ କଣ୍ଟିସାହି ପଂଚାୟତର ଗ୍ରାମଦେଇ ଯାଇଥିବା କେନାଲ ଖରାପ ଅବସ୍ଥାରେ ପଡ଼ିରହିଛି।


କେନାଲ ହିଡର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି, ଫଳରେ କେନାଲ ଭାଙ୍ଗିଯିବାର ସମ୍ଭାବନା ରହିଛି। କେନାଲର ରକ୍ଷଣାବେକ୍ଷଣ,ମରାମତି କିମ୍ବା ସଫା ନ ହେବା ଫଳରେ କେନାଲ ଫଟାଇ ବଡ଼ ବଡ଼ ଗଛ ବାହାରିଲାଣି। ମାତ୍ର କେନାଲ କତୃପକ୍ଷଙ୍କ ତିଳେ ହେଲେ ନିଘାନାହି। ୩୦ ବର୍ଷ ମଧ୍ୟରେ କେମିତି କେନାଲ ମରାମତି କଥା ଭୁଲିଗଲେ କେନାଲ କର୍ତୁପକ୍ଷ। ନା କେନାଲ ମରାମତି ହେଉଚି ନା ହେଉଛି ସଫେଇ। ଖାଲି ପ୍ରକଳ୍ପ ନାଁରେ ହେଉଛି ଟଙ୍କା ହରିଲୁଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-main-canal-of-the-subarnarekha-irrigation-project-is-in-danger | Argus News