Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ମୂଖ୍ୟ ରାସ୍ତା ଦେଉଛି ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୁର୍ଗମରେ ମୂଖ୍ୟ ରାସ୍ତା ଦେଉଛି ଯନ୍ତ୍ରଣା

ଅର୍ଗସ ବ୍ୟୁରୋ:  ଯୁଆଡେ ଚାହିଁବେ ଖାଲ ଖମାରେ ଭର୍ତ୍ତି ପୁରା ରାସ୍ତା। ମେଟାଲ ଉଠିଗଲାଣି, ରାସ୍ତାର ଅବସ୍ଥା ବେହାଲ ହେଲାଣି । ଯିବା ଆସିବା ମୁସ୍କିଲ । ଆଉ ଏ ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାସୀ । ଧୁଙ୍ଗିଆଡ଼ି ଠାରୁ କଣଗ୍ରାମ ରାସ୍ତା ଦେଇ 5ଟି ଗ୍ରାମପଞ୍ଚାୟତର ହଜାର ହଜାର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଏ ଅସମ୍ପୂର୍ଣ୍ଣ ଦେଇ ଯିବା ଭାରି ମୁସ୍କିଲ୍ ହୋଇପଡୁଛି । ଲୋକଙ୍କ ଅଭିଯୋଗ, ରାସ୍ତାର ଉନ୍ନତି କରିବା ଉଦେଶ୍ୟରେ ଖୋଳାଯାଇଥିଲା ଯାହା ଦୀର୍ଘ ଦୁଇ ବର୍ଷରେ ସମ୍ପୂର୍ଣ୍ଣ ହୋଇପାରି ନାହିଁ | ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ପାଲଟିଛି ନିଦାବିଷ୍ଣୁ ।

ଦୀର୍ଘ 2 ବର୍ଷ ହେଲା ମୂଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ଏହାର ମରାମତି ପାଇଁ ପ୍ରଶାସନର ଦୃଷ୍ଟି ନାହିଁ।  ସେପେଟେ ଏ ନେଇ ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ । କେବେ ରାସ୍ତା  ମରାମତି ହେବ ? କେବେ ସୁରୁଖୁରୁରେ ଲୋକେ ଯିବା ଆସିବା କରିବେ, କେବେ ଅଞ୍ଚଳ ବାସୀଙ୍କ ଦୁଃଖ ଦୂର ହେବ ତାହା ଏବେ ବଡ଼ ପ୍ରଶ୍ନ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The main road in the pain. | Argus News