Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ସପ୍ତାହ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

Key Points

ଖୁବଶୀଘ୍ର ପରିଚାଳନା କମିଟି ଗଠନ
ସପ୍ତାହ ଭିତରେ ଗଠିନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି
ବୈଠକରେ ଅନୁମୋଦନ ପରେ ହେବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା
ଗଣତି ପାଇଁ ରିଜର୍ଭ ବ୍ୟାଙ୍କର ଦୁଇ ଅଭିଜ୍ଞ ଅଧିକାରୀ ନିୟୋଜିତ 

ଆସନ୍ତା ଏକ ସପ୍ତାହ ଭିତରେ ଗଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । କମିଟି ଗଠନ ପରେ ବୈଠକ ବସି ଅନୁମୋଦନ ପରେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଦୁଇ ଜଣ ଅଭିଜ୍ଞ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ଆଧାରରେ ହେବ ରତ୍ନଭଣ୍ଡାର ଗଣତି ମଣତି । ଏଥିସହ ଆସନ୍ତା ୧୯ ତାରିଖରେ ରଥଯାତ୍ରା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।


ବିଶେଷ କରି ମହାପ୍ରଭୁଙ୍କ ଯାନିଯାତ୍ରା, ପର୍ବପର୍ବାଣୀ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ସେ ନେଇ ବୈଠକରେ ଆଲୋଚନା କରାଯିବ। ସେହିପରି ରଥଯାତ୍ରାର ସଫଳତା ଓ ବିଫଳତାକୁ ନେଇ ଉକ୍ତ ବୈଠକରେ ତର୍ଜମା କରାଯିବ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
The management committee of the temple will be formed within a week-Argus News | Argus News