Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Odisha

ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା...ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ 5 ଲକ୍ଷ, 22 ହଜାର 336 ବିଦ୍ୟାର୍ଥୀ ଦେବେ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 133 ଟି ପରୀକ୍ଷା କେନ୍ଦ୍ର ଓ 314 ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପ୍ରତି ସିଟିଂରେ ସକାଳ 9 ଟାରୁ ପରୀକ୍ଷା ଆରମ୍ଭ ହେବ। 7.30 ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ସାଢେ ସାତଟାରୁ ସାଢେ ଆଠଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ ।


ପ୍ରଶ୍ନପତ୍ରର ସୁରକ୍ଷା ଓ ସୁପରିଚାଳନା ଉପରେ କଡା ନଜର ରଖାଯିବା ସହ କୌଣସି ସ୍ଥାନରେ ଅନିୟମିତତା ବା ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ଲାଗି ବୋର୍ଡ ପକ୍ଷରୁ ସିସିଟିଭି ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ପୂରା ଲାଇଭ ଷ୍ଟ୍ରିମିଙ୍ଗ ଉପରେ ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖାଯିବ। 300 ପରୀକ୍ଷା କେନ୍ଦ୍ର ଓ 314 ନୋଡାଲ ସେଣ୍ଟର ଅର୍ଥାତ 600 ସେଣ୍ଟର ରେ ଲାଇଭ ଷ୍ଟ୍ରିମିଂଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅବଶିଷ୍ଟ ପରୀକ୍ଷା କେନ୍ଦ୍ରମାନଙ୍କରେ ସିସିଟିଭି ରେକର୍ଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ମୋବାଇଲକୁ ବାରଣ କରିବା ସହ ଚାରି ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ସବୁ ବିଷୟରେ ପ୍ରଶ୍ନ ପତ୍ରର ପ୍ରତି ପୃଷ୍ଟାରେ ୱାଟର ମାର୍କ ବ୍ୟବସ୍ଥା ରହିଛି। ଫଳରେ କେହି ଫଟୋ ଭାଇରାଲ କିମ୍ବା ଲିକ୍ କଲେ ତାହାର ତଥ୍ୟ ବୋର୍ଡକୁ ଜଣା ପଡିଯିବ।

Sponsored
the Matriculation exam in Odisha started today, February 21, 2025 | Argus News