Videos
|
Odisha

ଶେଷ ହେଲା ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪ 

Manini Pattanayak
Browse all articles by Manini Pattanayak
·2 years ago
ଶେଷ ହେଲା ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪ 

କଟକ:  ଶେଷ ହେଲା କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪। ଏଥିରେ ସନରାଇଜ କ୍ଳବ୍ ଚାମ୍ପିଅନ ହୋଇଥିବା ବେଳେ ରୋଭର୍ସ କ୍ଳବ୍ ରନର ଅପ୍ ହୋଇଛି। ଫାଇନାଲ ମ୍ୟାଚରେ ରୋଭର୍ସ କ୍ଳବକୁ ୧-୦ ଗୋଲରେ ପରାସ୍ତ କରିଛି ସନରାଇଜ କ୍ଳବ୍। ଦୀର୍ଘ ମାସ ଧରି ଚାଲିଥିବା ଏହି ଲିଗରେ କଟକର ୩୩ ଟି ଦଳ ଭାଗ ନେଇଥିଲେ। ଏଥିରେ ରାଜ୍ୟ ସହ ରାଜ୍ୟ ବାହାରର ଅନେକ ଖେଳାଳୀ ବିଭିନ୍ନ ଟିମରେ ଖେଳିଥିଲେ। 

ତେବେ ଏହି ଲିଗର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଟବଲ ସଂଘ ସଂପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅଲମ୍ପିକ୍ସ ସଂଘ ସଂପାଦକ ଯୋଗ ଦେଇଥିଲେ। 
 ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: