Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାନ ଉଠାଇଲାନି ମିଲର, ଚାଷୀଙ୍କ ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଲାଣି !

Odisha

ଧାନ ଉଠାଇଲାନି ମିଲର, ଚାଷୀଙ୍କ ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଲାଣି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଧାନ ଉଠାଇଲାନି ମିଲର, ଚାଷୀଙ୍କ ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଲାଣି !

କେନ୍ଦ୍ରାପଡ଼ାରେ ଅଦିନିଆ ବର୍ଷା । ଆଉ ଅଦିନିଆ ବର୍ଷାରେ ଭିଜିଲା ଧାନ । ଧାନମଣ୍ଡିରେ ଥିବା ଧାନ ଓଦା। ଗତ ମାସରୁ ଟୋକନ ପାଇଛନ୍ତି ଚାଷୀ। ହେଲେ ଏଯାଏଁ ମଣ୍ଡିରେ ଧାନ ଦେଇପାରିନି ଚାଷୀ। ସରକାର ଚଳିତ ବର୍ଷ ମଣ୍ଡି ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ ମଧ୍ୟ ମିଲରଙ୍କ ଅସହଯୋଗ ଯୋଗୁଁ ଚାଷୀ ଏବେ ଚିନ୍ତାରେ।

ମଣ୍ଡିରେ ଥିବା ଧାନ ବସ୍ତା ବୁଡି ରହିଛି ବର୍ଷା ପାଣିରେ। ବର୍ଷକର ପରିଶ୍ରମ ପରେ ଅମଳ କରିଥିବା ଧାନକୁ ସୁରକ୍ଷା ଦେଉଛନ୍ତି ଚାଷୀ। କିଏ ଧାନ ବସ୍ତାକୁ ଘଡାଉଛି ତ କିଏ ଧାନ ବସ୍ତା ତଳୁ ପାଣି କାଢୁଛି। କେନ୍ଦ୍ରାପଡା ଆୟବା ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଅଭିଯୋଗ । ବୁଧବାର ସଂଧ୍ୟାରେ ହୋଇଥିବା ବର୍ଷା ପବନରେ ଅନେକ୍ ଧାନ ବସ୍ତା କ୍ଷତିଗ୍ରସ୍ତ ହୋଇଛି । ଏଭଳି ଅବସ୍ଥାରେ ଧାନ ବସ୍ତା ପଡ଼ି ରହିଲେ ଧାନ ଗଜା ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି ।

ମିଲରଙ୍କ ମନମାନୀ ପାଇଁ ଦୁର୍ଦ୍ଦଶାରେ ଚାଷୀ । ଏଠାରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀ ନିଜ ଧାନ ବସ୍ତା ଆଣି ଜମା କରିଥିଲେ । କିନ୍ତୁ ସେସବୁକୁ ନେବାରେ ମିଲର ବିଳମ୍ବ କରିଥିଲେ । ଫଳରେ ସମବାୟ ସମିତି ପରିସର ବାହାରେ ଗାଁ ମଶାଣି ଓ ଖେଳପଡିଆରେ ଚାଷୀ ଧାନ ବସ୍ତା ଥାକ ମାରିବାକୁ ବାଧ୍ୟ ହୋଇଥିଲେ । ତେବେ ବୁଧବାର ସନ୍ଧ୍ୟାରେ ବର୍ଷା ଆସିବା ଦେଖି ସମବାୟ ସମିତି କତୃପକ୍ଷ ଏବ୍ଂ ଚାଷୀ ମିଳିମିଶି ଧାନ ବସ୍ତା ସବୁ ଜରି ପାଲ ଦ୍ଵାରା ଘୋଡାଇବା ପାଇଁ ଚେଷ୍ଟା କରିଥିଲେ । ଉପର ଧାନ ବସ୍ତା ସିନା ସୁରକ୍ଷିତ ରହିଲା କିନ୍ତୁ ତଳ ବସ୍ତାରେ ବର୍ଷା ପାଣି ଲାଗି ଧାନ ନଷ୍ଟ ହୋଇଯାଇଛି ।

ତେବେ ଖୋଲା ଆକାଶ ତଳେ ପଡି ରହିଥିବା ଶହଶହ କୁଇଣ୍ଟାଲ ଧାନ ବସ୍ତାକୁ ତୁରନ୍ତ କତୃପକ୍ଷ ନେବାର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The miller has not received the Paddy, farmer in tension | Argus News