BJD ଛତ୍ରଛାୟା ତଳେ ଚାଲିଥିଲା ଖଣି ମାଫିଆ ଲଲିପର କଳା ସାମ୍ରାଜ୍ୟ

କେନ୍ଦୁଝର ରାଜା ଚକ୍ର ପରି ବିଜେଡି ଛତ୍ରଛାୟାରେ ରହି ନୟାଗଡ଼ରେ ବେଆଇନ ଖଣି କାରବାର ଚଳାଇଥିଲା ଲଲିପ ଜେନା। ବିଜେଡି ବିଧାୟକ ଅରୁଣ ସାହୁ ତାକୁ ଦେଇଥିଲେ ସୁରକ୍ଷା। ନୟାଗଡର ବିଭିନ୍ନ ସ୍ଥାନରେ ବେଆଇନ ଖଣି ଖନନ କରି ଲଲିପ କୋଟି କୋଟି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।
ରାଜା ଚକ୍ର ଉପରେ ଥିଲା ବବି ପାଣ୍ଡିଆନ୍ଙ୍କ ଆଶୀର୍ବାଦ। ଆଉ ନୟାଗଡ଼ରେ ଲଲିପ ହେଉଛି ସ୍ଥାନୀୟ ବିଧାୟକ ତଥା ବିଜେଡି ସରକାରର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍। ଅଭିଯୋଗ ହୋଇଛି ଅରୁଣ ସାହୁଙ୍କ ପୁଷ୍ଠ ପୋଷକତାରେ ଲଲିପ୍ ଚଳାଇଥିଲା ତାର କଳାସାମ୍ରାଜ୍ୟ। ନୟାଗଡ଼ ସମେତ ପୁଆଣୀଆ, ଦଶପଲ୍ଲା, ପୋଇବାଡ଼ି ଓ ପଂକାଳ ସାହି ଆଦି ଅଞ୍ଚଳରେ ବେଆଇନ ଖଣି ଖନନ କରି କୋଟି କୋଟି ଟଙ୍କା ଲୁଟ କରିଥିବା ନେଇ ଲଲିପ୍ ବିରୋଧରେ ହୋଇଛି ଅଭିଯୋଗ। ବେଆଇନ ଖଣି ଖନନକୁ ନେଇ ଏବେ ରାଜ୍ୟ ସରକାର ଆକ୍ସନ ମୋଡ଼କୁ ଆସିବା ପରେ ଲିଲିପଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ୱରର ଲିଲିପ ଜେନା ବିଜେଡି ନେତା ଅରୁଣ ସାହୁଙ୍କ ରାଇଟ ହାଣ୍ଡ ବୋଲି କୁହାଯାଉଛି। ଜିଲ୍ଲାରେ ମାଳମାଳ ବେଆଇନ ପଥର ଖଣି ପଛରେ ବିଧାୟକ ଅରୁଣ ସାହୁଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଭୁବନେଶ୍ୱରରୁ ଲିଲିପ ଜେନାକୁ ଦଶପଲ୍ଲା ପୋଲିସ ଗିରଫ କରିବା ପରେ ମମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
୨୪ ବର୍ଷ ବିଜେଡି ଶାସନରେ ସାରା ରାଜ୍ୟରେ ଚାଲିଥିଲା ଖଣି ଖାଦାନ ଲୁଟ୍। ବିଜେଡି ନେତାଙ୍କ ଛତ୍ରଛାୟାରେ ରହି ବେଆଇନ୍ ଖଣି କାରବାର ଚଳାଇଥିଲେ ଖଣି ମାଫିଆ। ରାଜ୍ୟ ସରକାର ହରାଉଥିଲେ ଶହଶହ କୋଟି ଟଙ୍କାର ରାଜସ୍ୱ ଆଉ ବିଜେଡି ନେତା ହେଉଥିଲେ ମାଲାମାଲ। ଏବେ ପୂରା ମାମଲାର ତଦନ୍ତ କରି ଲଲିପ ଜେନାର ସୁରକ୍ଷାଦାତାଙ୍କ ପାଖରେ ପହଞ୍ଚିବ କି ପୋଲିସ ?