Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କଥା ଦେଇ କଥା ରଖିଲେ ମନ୍ତ୍ରୀ

Odisha

କଥା ଦେଇ କଥା ରଖିଲେ ମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
କଥା ଦେଇ କଥା ରଖିଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ରହିଥିବା ରାଇଘର ଠାରୁ ରାଉରକେଲା କୁ ପ୍ରଥମ ଥର କରି ଏକ ବୋଲଭୋ ବସ ଆଜି ଯାତ୍ରା ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ଜଗନ୍ନାଥ ଏକ୍ସପ୍ରେସ ଭାବେ ଏହି ବସ ଉଭୟ ଆଡ଼ୁ ପ୍ରତିଦିନ ଯାତାୟତ କରିବ l ଏହି ଅବସରରେ ସ୍ଥାନୀୟ ବିଜେପି ପକ୍ଷରୁ "କଥା ଦେଇ କଥା ରଖିଲେ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ଏହି ରୁଟ୍‌ ନିମନ୍ତେ ଲୋକେ ଦାବୀ କରି ଆସୁଥିବା ବେଳେ  ପ୍ରଥମ କରି ଏ ଅଂଚଳରୁ ବଲଭୋ ବସ ସେବା ଯୋଗାଇ ଦେଇଥିବାରୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଙ୍କୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ  ଧନ୍ୟବାଦ ଜଣାଇଥିଲେ । ଏଥିସହିତ ବନ୍ଦ ରହିଥିବା ରାଇଘର - ବିଶାଖାପଟନମ୍ ବସ ମଧ୍ୟ ଅତିଶୀଘ୍ର ଚାଲିବା ଆରମ୍ଭ ହେବ ବୋଲି କହିଛନ୍ତି ।  ଏହି ବସ ପ୍ରତିଦିନ ରାଇଘର ଠାରୁ ସନ୍ଧ୍ୟା ୬ ଟା ସମୟରୁ ବାହାରି ତା ପରଦିନ ସକାଳ ପ୍ରାୟ ସାଢେ ୬ ଟା ସମୟରେ ପହଞ୍ଚିବାର ସମୟ ଧାର୍ଯ୍ୟ ରହିଛି । ଏଥିସହିତ ଏହି ବସ ରାଇଘରରୁ ବାହାରି ନବରଙ୍ଗପୁର , ଜୁନାଗଡ଼ , ଭବାନୀପାଟଣା , ବଲାଙ୍ଗିର , ବରଗଡ଼ , ସମ୍ବଲପୁର , ଝାରସୁଗୁଡ଼ା ଦେଇ ରାଉରକେଲା ପହଞ୍ଚିବ l ପ୍ରାୟ ସାଢେ ୧୨ ଘଣ୍ଟା ସମୟ ଧରି ଏହି ବସ ଯାତ୍ରୀଙ୍କ ବିଳାସପୂର୍ଣ୍ଣ ଯାତ୍ରା ଯୋଗାଇ ଦେବାର ବ୍ୟବସ୍ଥା ରହିଛି 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The minister kept his word | Argus News