Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁର୍ଶିଦାବାଦରେ ଦଙ୍ଗା ସୃଷ୍ଟି କରି ଓଡ଼ିଶାରେ ଲୁଚିଲେ ଦୁର୍ବୃତ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମୁର୍ଶିଦାବାଦରେ ଦଙ୍ଗା ସୃଷ୍ଟି କରି ଓଡ଼ିଶାରେ ଲୁଚିଲେ ଦୁର୍ବୃତ୍ତ

ପଶ୍ଚିମବଂଗ ମୁର୍ଶିଦାବାଦରେ ହିଂସା ଭିଆଇବା ପରେ କିଛି ସନ୍ଦିଗ୍ଧ ଝାରସୁଗୁଡା ପଳାଇ ଆସିଥିବା ସନ୍ଦେହ । ଏନେଇ ବନହରପାଲି ଥାନା ବନ୍ଧବାହାଲ ଅଞ୍ଚଳରେ ପୋଲିସର ଚଢ଼ଉ । ସନ୍ଦିଗ୍ଧଙ୍କୁ ପୋଲିସ ପଚରା ଉଚରା କରୁଛି । ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ସକାଳୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।


ତେବେ ମୁର୍ଶିଦାବାଦ୍‌ ହିଂସାକାଣ୍ଡ ଘଟଣାରେ ପୋଲିସ ଏବେ ଗିରଫ ଅଭିଯାନ ଆରମ୍ଭ କରିଛି । କେନ୍ଦ୍ରୀୟ ଫୋର୍ସ ପହଞ୍ଚିବା ପରେ ଦଙ୍ଗାକାରୀ ଛତ୍ରଭଙ୍ଗ ଦେଇଛନ୍ତି । ଏହି ଦଙ୍ଗାକାରୀଙ୍କ ପାଇଁ ନିଜ ଦେଶରେ ଏବେ ହିନ୍ଦୁ ସାଜିଛନ୍ତି ଶରଣାର୍ଥୀ । ଭୂଇଁରେ ଗଡ଼ି ମାଗୁଛନ୍ତି ନ୍ୟାୟ । ମୁର୍ଶିଦାବାଦ ହିଂସା ପ୍ରଭାବିତ ଅଞ୍ଚଳରେ ରାଜ୍ୟପାଳଙ୍କ ଆଗରେ ହାତ ଯୋଡ଼ି ପରିବାରକୁ ବଞ୍ଚାଇବାକୁ ନିବେଦନ କରିଛନ୍ତି ହିଂସା ପ୍ରଭାବିତ । ଧୁଲିଆନ ସମେତ ସର୍ବାଧିକ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ଶୁକ୍ରବାର NHRC ଟିମ୍ ମାଲଦା ସ୍ଥିତ ଲାଲପୁର ହାଇସ୍କୁଲରେ ଆଶ୍ରୟ ନେଇଥିବା ହିନ୍ଦୁଙ୍କ ଦୁଃଖ ଶୁଣିଥିବାବେଳେ ଶନିବାର ମୁର୍ଶିଦାବାଦର ସମଶେରଗଞ୍ଜରେ ପହଞ୍ଚି ପୀଡିତ ପରିବାରକୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଜୟା ରାହାତକର । ଖୁବଶୀଘ୍ର NHRC, NCW ରିପୋର୍ଟ ଦାଖଲ ହେବାକୁ ଯାଉଛି ।


ମୁର୍ଶିଦାବାଦ ହିଂସାକୁ ନେଇ ଟିଏମସି ସରକାରକୁ ଦାୟୀ କରିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ । କୋଲକାତା ସମେତ ଦେଶର ବିଭିନ୍ନ ସହରରେ ପରିଷଦ ପକ୍ଷରୁ ଜୋରଦାର ପ୍ରଦର୍ଶନ ହୋଇଛି । ହିଂସା ପରଠାରୁ ରାଜ୍ୟ ବିଜେପି ମଧ୍ୟ ମମତା ସରକାରଙ୍କ ବିରୋଧରେ ଗର୍ଜନ ଜାରି ରଖିଛି । ଭୋଟ ବ୍ୟାଙ୍କ ଲୋଭରେ ଟିଏମସି ସରକାର ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ବେଆଇନ ପ୍ରବେଶ ସୁଯୋଗ ଦେଇ ରାଜ୍ୟକୁ ବିପଦ ନିମନ୍ତ୍ରଣ କରିଛି । ମୁର୍ଶିଦାବାଦ ମୁସଲିମ ବହୁଳ ହେବା ପରଠାରୁ ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ର ଜାରି ରହିଥିବା କହିଛି ବିଜେପି ।

Sponsored
The miscreants who created riots in Murshidabad are hiding in Odisha | Argus News