ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ତୃତୀୟ କିସ୍ତିର ଟଙ୍କା
·12 months ago

Key Points
ଜୟପୁରରେ ଆୟୋଜିତ ହେବ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହ
ଜୟପୁର ସମାରୋହରେ ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ
କୋଟିଆ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ଆସିବ ସୁଭଦ୍ରା ତୃତୀୟ କିସ୍ତିର ଟଙ୍କା । ଜୟପୁରରେ ଆୟୋଜିତ ହେବ ସ୍ବତନ୍ତ୍ର ସମାରୋହ । ଜୟପୁର ସମାରୋହରେ ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମର ଦିନକ ପୂର୍ବରୁ ଦୁଇ ଦିନିଆ କୋରାପୁଟ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପ-ମୁଖ୍ୟମନ୍ତ୍ରୀ କୋଟିଆ ଗସ୍ତ କରି ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ସୁଭଦ୍ରା ଭଉଣୀ ଓ ଲକ୍ଷପତି ଦିଦି ମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ ଉପମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଜୟପୁରରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: