Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍

Odisha

ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍

Sangram Tripathy
Browse all articles by Sangram Tripathy
·1 year ago·2 min read
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍

ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକୁ ଦେଖିବାକୁ ମିଳେ । ସେଇଥି ପାଇଁ ତ କୁହାଯାଏ ଆଜି ବି ଦୁନିଆରେ ବଞ୍ଚିଛି ମାନବିକତା । ଆମଠୁ ଏକଥା ଶୁଣିସାରିବା ପରେ ଆପଣମାନେ ମଧ୍ୟ ଭାବୁଥିବେ ନିଶ୍ଚୟ ଆମେ କେଉଁ ମାନବିକତାର କଥା କହୁଛୁ। ଏ ଦୁନିଆରେ ମଣିଷ ବିପଦରେ ପଡିଲେ ବି ସବୁ  ସମୟରେ ତାକୁ ସାହାର୍ଯ୍ୟ ମିଳେନି ସେଠି ପଶୁପକ୍ଷୀଙ୍କ କଥା କଣ ବା କହିବା,କିନ୍ତୁ ସେଥିରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ପଶୁଟିଏ ବିପଦରେ ପଡିଥିବାର ଦେଖି ଏ ମଣିଷ ଯେ ସତରେ ଏତେ ବ୍ୟସ୍ତ ହୋଇପଡେ ନଦେଖିଲେ ଆପଣଙ୍କର ବି ବିଶ୍ବାସ ହେବନି ।ଏ ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ମୁଖ୍ୟ ରାସ୍ତା ନିକଟର,ଏଠି ମାଙ୍କଡ ଟି ବିଦ୍ୟୁତ୍  ସଂସ୍ପର୍ଶରେ ଆସି ଗୁରୁତର ଅବସ୍ତାରେ ରାସ୍ତାକଡ଼ରେ ଥିବା ଡ୍ରେନରେ ପଡି ବଞ୍ଚିବାକୁ ସଂଗ୍ରାମ କରୁଥିଲା। ଆଉ ଏଭଳି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ବଜରଙ୍ଗ ଦଳ ସଦସ୍ୟଙ୍କ ନଜର ପଡିଥିଲା ମାଙ୍କଡ ଉପରେ,ତା ଓଦା ଦେହକୁ ପୋଛି ସଫା କରିଦେଇଥିଲେ,ଆଉ ତାପରେ ନିଜ ପରିବାର ସଦସ୍ୟଙ୍କ ଭାବି ତୁରନ୍ତ ତାର ଜୀବନ ବଞ୍ଚାଇବା ଲାଗି ବାଇକରେ ବସାଇ ପଶୁ ଚିକିତ୍ସାଳୟ ପହଞ୍ଜାଇଥିଲେ ବଜରଙ୍ଗ ଦଳ ସଦସ୍ୟ ମାନେ

ମାଙ୍କଡ ଟି କେମିତି ଶୀଘ୍ର ସୁସ୍ଥ ହୋଇଯିବ ସେଥିଲାଗି ଡାକ୍ତରଙ୍କୁ ଗୁହାରି ମଧ୍ୟ କରିଥିଲେ,ସିରିଞ୍ଜ ମାଧ୍ୟମରେ ତାକୁ କ୍ଷୀର ପିଆଇ ଦେଇଥିଲେ,କେମିତି ସେ ଶୀଘ୍ର ସୁସ୍ଥ ହେବ ଆଉ ଏ ଡାଳରୁ ସେ ଡାଳକୁ ଡେଇଁ ଖତେଇହେବ,କାହିଁକି ନା ମାଙ୍କଡ କୁଆଡେ ଆମ ପୂର୍ବଜ। ସେ ମଣିଷ ହେଉ ଅବା ପଶୁପକ୍ଷୀ,ଆମେ ତାଙ୍କୁ ବିପଦରେ ଦେଖିବା ମାତ୍ର ସେବା କରିବା ଉଚିତ। ଆମକୁ ବୁଝିବାକୁ ହେବ ସବୁର ମୂଳ ସ୍ବାର୍ଥ ନୁହେଁ କାରଣ ସେବା ହିଁ ମାନବ ଧର୍ମ,ସେଇଥି ପାଇଁ ଏ ଖବର ଯିଏ ଶୁଣୁଛି ସିଏ କହୁଛି ସାବାସ୍ ବଜରଙ୍ଗ ଦଳ,ସେବାକୁ ଶହେ ସଲାମ୍ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The monkey got a new life, a hundred salutations to the Bajrang team | Argus News