ଆଜି ଶେଷ ହେବ ମୌସୁମୀ ଅଧିବେଶନ, ଶେଷ ଦିନରେ ବିରୋଧୀ ହଙ୍ଗାମା କରିବା ସମ୍ଭାବନା
·10 months ago

Key Points
ମୌସୁମୀ ଅଧିବେଶନର ଆଜି ଶେଷ ଦିନ
ଜୁଲାଇ ୨୧ରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ
ସଂସଦରେ ଲଗାତର ହଙ୍ଗାମା କରୁଛନ୍ତି ବିରୋଧୀ
ଅନ୍ତିମ ଦିନରେ ବି ବିରୋଧୀ ହଙ୍ଗାମା କରିବା ସମ୍ଭାବନା
ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ହେବ। ଦେଶରେ ଅନଲାଇନ ମନି ଗେମ୍ସକୁ ବ୍ୟାନ କରିବା ଲାଗି ଅନଲାଇନ ଗେମିଂ ପ୍ରମୋସନ ଓ ରେଗୁଲେସନ ବିଲ -2025 ଲୋକସଭାରେ ପାସ ହୋଇଛି। ଆଜି ରାଜ୍ୟସଭାରେ ଏହି ବିଲ ଉପରେ ଆଲୋଚନା ହେବ। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ 3ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିଥିଲେ, ଯାହାକୁ ନେଇ ବିରୋଧୀ ଖୁବ୍ ହଙ୍ଗାମା କରିଥିଲେ।
ଜୁଲାଇ ୨୧ରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିନରେ ବି ବିରୋଧୀ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି। ଗତ ଏକ ମାସ ଧରି ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଲଗାତର ହଙ୍ଗାମା କରିଚାଲିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: