Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହସିତାଙ୍କ ଗୁମର ପେଡ଼ି ଯେତିକି ଖୋଲୁଛି ସେତିକି ଆଶ୍ଚର୍ଯ୍ୟ ଲାଗୁଛି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହସିତାଙ୍କ ଗୁମର ପେଡ଼ି ଯେତିକି ଖୋଲୁଛି ସେତିକି ଆଶ୍ଚର୍ଯ୍ୟ ଲାଗୁଛି

Key Points

ହସିତାଙ୍କ ଗୁମର ପେଡ଼ି ଯେତିକି ଖୋଲୁଛି ସେତିକି ଆଶ୍ଚର୍ଯ୍ୟ ଲାଗୁଛି
ଅନୀଲଙ୍କ ଜନ୍ମ ଦିନରେ ଆସୁଥିଲେ ମାଳ ମାଳ ରଷିଆନ ଗର୍ଲ
ଅନୀଲ ଜାଣିନଥିଲେ ହଂସିତା ଜଣେ ବଡ଼ ଠକ !
ଠକେଇ ପାଇଁ ହଷ୍ଟେଲରୁ ତଡ଼ା ଖାଇଥିଲେ ହଂସିତା

ଅର୍ଗସ ବ୍ୟୁରୋ:  ଠକ ଯୋଡ଼ି ହଂସିତା-ଅନୀଲଙ୍କ ଗୁମର ପେଡ଼ି ଯେତେ ଖୋଲିଲେ ସେତେ ଅଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଫାଇଲ୍‌ରେ ପ୍ରତ୍ୟେକ ଦିନ ଯୋଡ଼ି ହେଉଛି ନୂଆ ଫର୍ଦ୍ଦ । ସମସ୍ତେ ଜାଣିଥିଲେ... ଉଭୟ ନିଜକୁ ବଡ଼ ଅଫିସରଙ୍କ ସମ୍ପର୍କୀୟ କହି କର୍ପୋରେଟ ସଂସ୍ଥାଙ୍କୁ ଠକୁଥିଲେ । ହେଲେ ଏବେ ସାମ୍ନାକୁ ଆସିଛି ଅନୀଲ ନିଜ ଜନ୍ମ ଦିନରେ ଆଣୁଥିଲେ ମାଳ ମାଳ ରସିଆନ ଗର୍ଲ । ଆଉ ଅତିଥି ମାନଙ୍କୁ ଦେଉଥିଲେ ଉପହାର । ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ଏଭଳି ଏକ ସାଂଘାତିକ ତଥ୍ୟ ।

ପ୍ରତିବର୍ଷ ଡିସେମ୍ବର ୨୪ରେ ଜନ୍ମ ଦିନ ପାଳୁଥିଲେ ଅନୀଲ । ଗତ ୩ ବର୍ଷ ହେଲା ରସିଆନ ଯୁବତୀଙ୍କୁ ଆଣି ବଡ଼ ଆଡ଼ମ୍ବରରେ ଇନଫୋସିଟି ଥାନା ଅଞ୍ଚଳରେ, ଏକ କ୍ଳବରେ କରୁଥିଲେ ଜନ୍ମ ଦିନ ପାଳନ । ଆଉ ତାଙ୍କୁ ସବୁଥିରେ ସାଥ ଦଉଥିଲେ ହଂସିତା ।

ନିଜକୁ ହାଇପ୍ରୋଫାଇଲ ବର୍ଗରେ ଦେଖେଇ ହେଉଥିବା ହଂସୀତାଙ୍କୁ ଭେଟିବାକୁ ଆସୁଥିଲେ କଣ୍ଟ୍ରାକ୍ଟର, ବ୍ୟବସାୟୀ, ସୁନା ଦୋକାନୀ । ୨୦୨୨ରେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ପିକେ ମିଶ୍ରଙ୍କ ଝିଅ ବୋଲି ପରିଚୟ ଦେଇ ବଡବଡ଼ିଆ ଲୋକ, ବ୍ୟବସାୟୀ, ଶିଳ୍ପପତି, କର୍ପୋରେଟ ସଂସ୍ଥା ସଂସ୍ପର୍ଶରେ ଆସୁଥିଲେ । କିନ୍ତୁ ଏସବୁ କଥା ତୃତୀୟ ସ୍ବାମୀ ଅନୀଲଙ୍କୁ ଜଣାନଥିଲା ବୋଲି ତଥ୍ୟ ସାମ୍ନାକୁ ଆସିଛି ।

ସେପଟେ ୨୦୦୮ରେ ଠକେଇ ଅଭିଯୋଗରେ ରମାଦେବୀ ହଷ୍ଟେଲରୁ ତଡ଼ା ଖାଇଥିଲେ ହଂସିତା । ୨୦୧୯ ରୁ ୨୦ରେ ଧର୍ମ ପରିବର୍ତ୍ତନ ବି କରିଥିଲେ ହଂସିତା । ଅନ୍ୟପଟେ ଦେଶ ବାହାରର ବିଭିନ୍ନ ସଂସ୍ଥାରୁ ଟଙ୍କା ଆଣିଥିବା କଥା ମଧ୍ୟ ଜାଣିବାକୁ ପାଇଛି ତଦନ୍ତକାରୀ ସିଂସ୍ଥା ।

ଖାଲି ସେତିକି ନୁହେଁ ୨୦୨୨ରେ CSR କାମ ପାଇଁ ୨୮୦ କୋଟି ଟଙ୍କା ଚୁକ୍ତି ହୋଇଥିଲା । ଝାଡ଼ଖଣ୍ଡ ବୋକାର ତିନୋଟି ବସ୍ତିର ଉନ୍ନତିମୂଳକ କାମ ପାଇଁ ଆଗୁଆ ୧୮ କୋଟି ଟଙ୍କା ଆଣିଥିଲେ । ହେଲେ କୌଣସି କାମ ନକରି ଟଙ୍କା ଠକେଇ କରିଥିଲେ । ଯାହାର ସମସ୍ତ ଦସ୍ତାବିଜ ଆୟକର ବିଭାଗ ଏବଂ ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଲାଗିଛି ।

ଅନ୍ୟପଟେ ଅନିଲ ଏବଂ ହଂସିତାଙ୍କ ସମ୍ପତି ବିକ୍ରି ଉପରେ ରୋକ ଲାଗିଛି । ଏନେଇ ଆୟକର ବିଭାଗ... RTO ଏବଂ IGRକୁ ଚିଠି ଲେଖିଛି । ଦାମୀ କାର ବିକ୍ରି ନହେବା ପାଇଁ RTOକୁ ୫ଟି ଗାଡିର ତଥ୍ୟ ଦେଇଛି ଆୟକର ବିଭାଗ । ସେହିସବୁ ଦାମୀ ଗାଡିକୁ ବ୍ଲକ କରିଛି RTO । ସେହିଭଳି ହଂସିତା ଏବଂ ଅନିଲଙ୍କ ଠାରୁ ମିଳିଥିବା ସମ୍ପତି ବିକ୍ରି ନ ହେବା ପାଇଁ IGR କୁ ଚିଠି ଲେଖିଛି ଆୟକର ବିଭାଗ । ଆୟକର ବିଭାଗ ସୂଚନା ଅନୁଯାଇ ଅନିଲ ଏବଂ ହଂସିତା ଙ୍କ ସହ ସମ୍ପୃକ୍ତି ଥିବା 15ରୁ ଅଧିକ ଲୋକଙ୍କୁ ଜେରା କରିଛି ଆୟକର ବିଭାଗ । ଆଗକୁ ଏହି ସଂଖ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛି IT ଟିମ । ହଂସିତାଙ୍କ ବ୍ୟାଙ୍କ ଲକରରେ ୧ କେଜି ସୁନା ବନ୍ଧକ ରଖିଥିବା କଥା ମଧ୍ୟ ଆୟକର ବିଭାଗ ଜାଣିବାକୁ ପାଇଛି ।


ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The more Hasita's secret box opens, the more surprising it seems | Argus News