Videos
|
Odisha

୧୧ ବର୍ଷର ବାଳକ ଆଶିର୍ବାଦ ମର୍ଡର ପଛର ମୋଟିଭ୍ ଏବେ ବି ରହସ୍ୟ

Rashmita Mishra
Browse all articles by Rashmita Mishra
·1 year ago·1 min read
୧୧ ବର୍ଷର ବାଳକ ଆଶିର୍ବାଦ ମର୍ଡର ପଛର ମୋଟିଭ୍ ଏବେ ବି ରହସ୍ୟ

ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷର ବାଳକ ଆଶିର୍ବାଦ ମର୍ଡର ପଛର ମୋଟିଭ୍ ଏବେ ବି ରହସ୍ୟ ଘେରରେ । କାହିଁକି ସଂପର୍କୀୟ ଜହ୍ଲାଦ ଦାଦା ବାପି, ଆଶୁକୁ ଏତେ ନୃଶଂସ ଭାବେ ହତ୍ୟା କଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। କଣ ହେଇପାରେ ଆଶୁର ହତ୍ୟାର କାରଣ, କାହିଁକି ରାକ୍ଷାସ ପାଲଟିଗଲା ବାପି।

ଆଶୁ ମର୍ଡର ପଛର ମୋଟିଭ୍, ପୂର୍ବ ଶତ୍ରୁତା
କୌଣସି କାରଣରୁ ଆଶୀର୍ବାଦଙ୍କ ପରିବାର ସହିତ ବାପିର ଶତ୍ରୁତା ଥିଲା କି, ପ୍ରତିଶୋଧ ନେବା ପାଇଁ ବାପି ଆଶୀର୍ବାଦକୁ କରିଥିଲା କି ଟାର୍ଗେଟ୍, ସେହି କାରଣରୁ ହତ୍ୟା କରି ଫୋପାଡି ଦେଲା କି ?

ଆଶୁ ମର୍ଡର ପଛର ମୋଟିଭ୍, ପୂର୍ବ ଶତ୍ରୁତା
ଆଶୁ ମର୍ଡର ପଛର ମୋଟିଭ୍, ବ୍ୟାବସାୟୀକ ଶତ୍ରୁତା । ଶୁଣିବାକୁ ମିଳୁଛି ଆଶୀର୍ବାଦଙ୍କ ବାପା ମାନସ ସାହୁ ଓ ବାପି ଉଭୟ ଗୁଆ ବ୍ୟବସାୟ କରନ୍ତି। ହେଲେ ବାପିର ବ୍ୟବସାୟରେ କ୍ଷତି ହେଉଥିଲା, କିନ୍ତୁ ମାନସଙ୍କ ବିଜନେସ୍ ଭଲ ଚାଲିଥିଲା । ଏଥିରେ ଇର୍ଷାନ୍ବିତ ହୋଇ ବାପି ଏଭଳି ଜଘନ୍ୟ କାଣ୍ଡ ଘଟାଇଥାଇପାରେ ବୋଲି ସନ୍ଦେହ ହେଉଛି

ଆଶୁ ମର୍ଡର ପଛର ମୋଟିଭ୍, ଶାରିରୀକ ନିର୍ଯାତନା
ଅଭିଯୋଗ ହେଉଛି ଆଶୀର୍ବାଦଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଛି। ବାପି ଆଶିର୍ବାଦଙ୍କୁ ଯୌନ ନିର୍ଯାତନା ଦେଇଥିବା ସନ୍ଦେହ କରାାଯାଉଛି। କାଳେ ସେ ଏକଥା ପ୍ରଘଟ କରିଦେବ ସେ୍ଥିପାଇଁ ବାପି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-motive-behind-the-murder-of-11-year-old-boy-ashirbad-is-still-a-mystery | Argus News