Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଯୋଜନାର ହେଲା ଶୁଭାରମ୍ଭ

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାରେ ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ଯୋଜନାର ହେଲା ଶୁଭାରମ୍ଭ

କଟକ ବାଲିଯାତ୍ରା ପଡ଼ିଆରୁ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଇତିହାସ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ହିତାଧିକାରୀଙ୍କୁ କାର୍ଡ ବିତରଣ କରବା ସହ ଦୁନିଆର ସବୁଠୁ ବଡ଼ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଭାରତ ସହ ଯୋଡ଼ି ହୋଇଛି ଓଡ଼ିଶା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଏକାଠି ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଗୋଟିଏ କାର୍ଡରେ ଉଭୟ ଯୋଜନା ସହ ଯୋଡ଼ି ହେବେ ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାର। ୩ କୋଟି ୫୧ ଲକ୍ଷ ହିତାଧିକାରୀ ହେବେ ଯୋଜନା ଦ୍ବାରା ଲାଭାନ୍ବିତ। ଦେଶର ୩୦ ହଜାରରୁ ଅଧିକ ସରକାରୀ ଓ ଘରୋଇ ଡାକ୍ତରଖାନାରେ ହିତାଧିକାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା। ପୁରୁଷ ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କା ଯାଏ ପାଇବେ ମାଗଣା ସ୍ବାସ୍ଥ୍ୟ ସେବା। ଏଥିସହ ରାଜ୍ୟରେ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଛି। ୭୦ ବର୍ଷରୁ ଅଧିକ ରାଜ୍ୟର ପ୍ରାୟ ୨୩ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ହେବେ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିପାରିବ ୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ବାସ୍ଥ୍ୟ ସୁବିଧା। ଉଭୟ ଯୋଜନାର ଶୁଭାରମ୍ଭ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ବେଳେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ।


ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଆଜି ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଦିନ । ଓଡ଼ିଶା ବାହାରେ ମଧ୍ୟ ଏବେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ଓଡ଼ିଆ ଲୋକ । ଧନୀ ଗରିବ ନିର୍ବିଶେଷରେ ସମସ୍ତ ବରିଷ୍ଠ ନାଗରିକ ଏହି ଯୋଜନାରେ ହେବେ ଉପକୃତ ।
ଏହି ଅବସରରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ। ଖୁବଶୀଘ୍ର ନବ ନିର୍ମିତ 2ଟି ମେଡିକାଲ କଲେଜର ମଧ୍ୟ ଶୁଭ ଉଦ୍ଘାଟନ କରାଯିବ । ଗତ 10 ମାସ ଭିତରେ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଖାଲିଥିବା ଡ଼ାକ୍ତର, ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଉଛି । ତିନିଟି ପର୍ଯ୍ୟାୟରେ 4 ହାଜର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ପଦବୀ ଏବେ ସୁଦ୍ଧା ପୂରଣ ହେଲାଣି । ଆଗାମୀ ଦିନରେ 5 ହାଜର 374 ଡାକ୍ତର, ଦନ୍ତ ଚିକିତ୍ସକ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରରେ ଆଭାସୀ ମାଧ୍ୟମରେ ୧୪୦୫ ଟି ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଯୋଡ଼ି ହୋଇଥିଲେ ହିତାଧିକାରୀ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମନ୍ତ୍ରୀମାନେ ବି ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ପରେ କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ସାତ ତଳ ବିଶିଷ୍ଟ ବହୁବିଧ ଉପଯୋଗୀ ଚିକିତ୍ସାଳୟ ଓ ଛତ୍ରାବାସର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ୧୫୨.୯ କୋଟି ଟଙ୍କା ବ୍ୟୟରେ ଏହି ମଲ୍ଟି ୟୁଟିଲିଟି ହସ୍ପିଟାଲ କମ୍ପ୍ଲେକ୍ସ ଓ ହଷ୍ଟେଲ ନିର୍ମାଣ କରାଯାଇଛି । ଏହାଦ୍ବାରା ଶିଶୁଭବନର ଶଯ୍ୟା କ୍ଷମତା ୪୨୨ ରୁ ୮୪୬କୁ ବୃଦ୍ଧି ପାଇବ ଯେଉଁଥିରେ ୧୪୦ ଆଇସିୟୁ ବେଡ୍ ରହିବ। ନୂଆ କମ୍ପ୍ଲେକ୍ସରେ ମାଗଣା ଔଷଧ ବଣ୍ଟନ ପାଇଁ ୪ଟି ଔଷଧ ବିତରଣ କେନ୍ଦ୍ର (DDC), ଶିଶୁ ଚିକିତ୍ସା ପାଇଁ ୧୦ଟି ଓପିଡି ପ୍ରକୋଷ୍ଠ ଏବଂ ଶିଶୁ ସର୍ଜରୀ ପାଇଁ ୪ ଟି ପ୍ରକୋଷ୍ଠ ରହିଛି ।

Sponsored
the-much-awaited-ayushman-bharat-scheme-was-launched-in-odisha | Argus News