ବିକାଶର ବାଟ ଓଗାଳିଛି ରାସ୍ତା

Key Points
ବିକାଶର ବାଟ ଓଗାଳିଛି ରାସ୍ତା
ଜମିର ଭ୍ରମ ସୃଷ୍ଟି କରୁଛି ରାସ୍ତାର କାଦୁଅ
ବାଟରେ ଅଟକିଲା ଆମ୍ବୁଲାନ୍ସ
ମହୁଲ ଗାଁକୁ ପକ୍କା ରାସ୍ତା କେବେ
ଖଟିଆରେ ଥିବା ଏହି ବ୍ୟକ୍ତି ହେଉଛନ୍ତି ମହୁଲଗାଁର ଚାଷୀ ଗଦାଧର ନାଏକ । ତାଙ୍କ ଗୋଡ଼ ଭାଙ୍ଗି ଯିବାରୁ ହସ୍ପିଟାଲ ନେବା ପାଇଁ ଗାଡ଼ି ଡକାଗଲା ହେଲେ ଖରାପ ରାସ୍ତା ଯୋଗୁଁ ଗାଡ଼ି ଏକ କିମି ଦୂରେ ରହିଗଲା l ଗଦାଧର ନାଏକକୁ ଖଟିଆରେ କାଦୁଅ ରାସ୍ତା ଦେଇ ଏକ କିମି ବୋହି ଗାଡ଼ି ପାଖକୁ ନେଇଥିଲେ ପରିବାର ଲୋକେ l ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ଦୁର୍ଗମ ମହୁଲପଡା l ବଣ ପାହାଡ଼ ଘେରା ଏହି ଗାଁକୁ ଆଜି ଯାଏ ପହଞ୍ଚିନି ରାସ୍ତା ଟିଏ l ଆଣ୍ଠୁଏ କାଦୁଅ ରେ ବହୁ କଷ୍ଟ ରେ ଯାତାୟାତ କରନ୍ତି ଗାଁ ଲୋକେ l
କାଦୁଅ ରାସ୍ତା ରେ ଅତି କଷ୍ଟରେ ରାସନ ସାମଗ୍ରୀ ଗାଁ କୁ ନିଅନ୍ତି l ସ୍କୁଲ ପିଲା ଅତି ବିପଦପୂର୍ଣ୍ଣ ଭାବେ ବହୁ କଷ୍ଟ ରେ ସ୍କୁଲ ରୁ ଗାଁ କୁ ଯିବା ଆସିବା କରନ୍ତି l ରାସ୍ତା ରେ ଛୋଟ ଛୋଟ ନାଳ ଥିବା ବେଳେ ବର୍ଷ ତମାମ ରାସ୍ତା ଦୁର୍ଦ୍ଧଶା ଭୋଗନ୍ତି ଲୋକେ ଏବଂ ବର୍ଷା ମାସ ରେ ସମସ୍ୟା ଦୁଇ ଗୁଣ ହୋଇ ଯାଏ l ହେଲେ ରାସ୍ତା ହେବାର ନାଁ ନେଉନି l
ଦୁର୍ଗମ ମହୁଲପଡା କୁ ପହଞ୍ଚିନି ରାସ୍ତା ଖଣ୍ଡେ l କାଦୁଅ ପଚପଚ ରାସ୍ତା ରେ ହେଉଛି ଯାତାୟାତ l ରୋଗୀକୁ ଖଟିଆ ରେ ବୁହାଯାଏ, ଡରି ଡରି ସ୍କୁଲ ଯାନ୍ତି ପିଲା l
ମହୁଲପଡ଼ା ରାସ୍ତା ସମସ୍ୟା ପ୍ରତି ପୂର୍ବ ସରକାର ଙ୍କୁ ଅଭିଯୋଗ ହୋଇଛି ହେଲେ ରାସ୍ତା ଟିଏ ହୋଇନାହିଁ l ତେଣୁ ଏବେ ନୁଆ ସରକାର ଉପରେ ଭରସା କରିଛନ୍ତି ଦୁର୍ଗମ ବାସି l ଏ ଦିଗରେ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି l