ଚଳିତ ମାସରେ ଘୋଷଣା ହେବ ନୂଆ ରାଜ୍ୟ ବିଜେପି ସଭାପତିଙ୍କ ନାଁ !
·1 year ago

ଅର୍ଗସ ବ୍ୟୁରୋ: ଚଳିତ ମାସରେ ଘୋଷଣା ହେବ ନୂଆ ରାଜ୍ୟ ବିଜେପି ସଭାପତିଙ୍କ ନାଁ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସଂଗଠନ ଓ ସରକାର ସମନ୍ୱୟ ନେଇ ବୈଠକରେ ହୋଇଛି ଆଲୋଚନା । ସରକାରୀ କାର୍ଯ୍ୟକୁ ଦଳ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଶ୍ରେୟ ନେବାକୁ ବୈଠକରେ ହୋଇଛି ଆଲୋଚନା ।
ମାତ୍ର 7 ମାସ ମଧ୍ୟରେ 70 ଲକ୍ଷରୁ ଅଧିକ ସଦସ୍ୟ ଯୋଡ଼ିବାରେ ସଫଳ ହୋଇଛି ରାଜ୍ୟ ବିଜେପି । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ସବୁବେଳେ ନିର୍ବାଚନ ପାଇଁ ଦଳର କର୍ମୀ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସଂକଳ୍ପ ପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ଦଳ ପୁରଣ କରୁଛି ବୋଲି କହିଛନ୍ତି ତୋମାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: