ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମୟରେ ଘୋଷଣା ହେବ ରାଜ୍ୟ ସଭାପତିଙ୍କ ନାମ
·1 year ago·1 min read

ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ନେଇ ବଡ଼ ଖବର। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଘୋଷଣା ହେବ ରାଜ୍ୟ ସଭାପତିଙ୍କ ନାମ । ଏହା ସହ ସମସ୍ତ ନିଗମ ଏବଂ ବୋର୍ଡ ଗଠନ ମଧ୍ୟ ଶେଷ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ବିଜେପି ବିଧାୟକ ସରୋଜ ନାୟକ । ବିଜେପି ଏକ ରାଷ୍ଟ୍ରୀୟ ଦଳ। ଦଳରେ ତରବରିଆ ଭାବରେ କୌଣସି ନିଷ୍ପତି ହୁଏନାହିଁ। ଠିକ ଏବଂ ଯୋଗ୍ୟ ଲୋକଙ୍କୁ ଦାୟିତ୍ୱ ଦିଆଯିବ। ସଂସଦୀୟ ବୋର୍ଡରେ ଖୁବ ଶୀଘ୍ର ନାଁ ଘୋଷଣା କରାଯିବ।
କର୍ମକର୍ତ୍ତା ଚୟନ ଦାୟିତ୍ୱ ସଂଗଠନର। ଠିକ ଏବଂ ନିର୍ଧାରିତ ସମୟରେ ସଂଗଠନ ନିଷ୍ପତି ନେବ । ଦେଶରେ ଏବେ ଯେଉଁ ସ୍ଥିତି ଲାଗିରହିଛି ସେଥିପାଇଁ ସଭାପତି ଚୟନ ବିଳମ୍ବ ହଉଛି। ଦଳରେ କୌଣସି ସମସ୍ୟା ନାହିଁ କି କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ। ଖୁବଶୀଘ୍ର ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: