ସିମ ବକ୍ସର ତଦନ୍ତ ପାଇଁ ଓଡ଼ିଶାରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA
ସିମ ବକ୍ସ ଜବତ ଘଟଣାର ତଦନ୍ତ ପାଇଁ ଓଡ଼ିଶାରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA। ପୋଲିସ କମିଶନରଙ୍କୁ ଭେଟିବା ପରେ ଲକ୍ଷ୍ମୀସାଗର ଥାନା ଯାଇ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିଛି ଏନଆଇଏ। ଭବନେଶ୍ବର,କଟକ ଓ ରାଞ୍ଚି ବ୍ୟତୀତ ଆଉ କେଉଁ ସ୍ଥାନରେ ସିମବକ୍ସ ନେଟୱର୍କ ବିଛାଯାଇଛି ସେ ନେଇ କରିଛି ଖୋଳତାଡ଼। ସିମବକ୍ସର ବ୍ୟବହାର କେବଳ ସାଇବର ଠକେଇ ପାଇଁ କରାଯାଉଥିଲା ନା ଡିଜିଟାଲ ଜେହାଦ ଥିଲା ଉଦ୍ଦେଶ୍ୟ ? ରାଜୁ ମଣ୍ଡଳ ସହ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ? କେଉଁଠାରୁ ଏଥିପାଇଁ ଆସୁଥିଲା ଫଣ୍ଡିଂ ? ପାକିସ୍ତାନ ISI ସହ ଏହାର ଲିଙ୍କ ଅଛି କି ନାହିଁ ? ଏସବୁର ଚେର ଖୋଜିବାକୁ ଦିନତମାମ କସରତ ଚଳାଇଛି ଏନଆଇଏ ଟିମ୍।
ସିମ୍ ବକ୍ସ ନେଟୱର୍କ ସମ୍ପର୍କରେ ପୋଲିସ ସୂତ୍ରରୁ ଅର୍ଗସକୁ ମିଳିଛି ବଡ଼ ସୁଚନା। ସିମ୍ ବକ୍ସରେ ବ୍ୟବହାର କରାଯାଉଥିବା ସଫ୍ଟୱାର ପ୍ରସ୍ତୁତ କରାଯାଉଛି ଚୀନରେ। ସେଠାରୁ ଇଣ୍ଟରନ୍ୟାସନାଲ ଏଜେନ୍ସୀ ଜରିଆରେ ପହଞ୍ଚୁଛି ବାଂଲାଦେଶର ଅସାଦ୍ଦୁର ପାଖରେ। ଅସାଦ୍ଦୁର ରଜୁ ମଣ୍ଡଳ ପରି ଅନେକ ଏଜେଣ୍ଟଙ୍କ ଜରିଆରେ ସାରା ଦେଶରେ ବିଛାଇଛି ସିମ ବକ୍ସ ନେଟୱର୍କ। ଅର୍ଥାତ ରାଜୁ ମଣ୍ଡଳ ପରି ଅନେକ ଏଜେଣ୍ଟ ଦେଶସାରା ଏହି ସିମବକ୍ସ ନେଟୱର୍କରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ନିକଟରେ ପହଞ୍ଚିବା ଏବେ ପୋଲିସ ଓ ଏନଆଇଏ ପାଇଁ ବଡ଼ ଚ୍ୟାଲେଞ୍ଜ।
ସେପଟେ ରାଜୁ ମଣ୍ଡଳ ନିଖୋଜ ଥିବା ନେଇ ପଶ୍ଚିମବଙ୍ଗର ଏକ ଥାନାରେ ମିଶିଂ ରିପୋର୍ଟ ଦେଇଛନ୍ତି ରାଜୁର ପରିବାର ଲୋକେ। ମିସିଂ ରିପୋର୍ଟ ଆଧାରରେ ରାଜୁର ମୋବାଇଲ ଫୋନ୍ ଟ୍ରାକ କରି ସେ ଭୁବନେଶ୍ବର ଲକ୍ଷ୍ମିସାଗର୍ ଥାନାରେ ଥିବା ଜାଣିବାକୁ ପାଇଥିଲା ପଶ୍ଚିମବଙ୍ଗ ପୋଲିସ। ରାଜୁର ମାମୁ ଓ ଭାଇ ବୁଧବାର ଲକ୍ଷ୍ମୀସାଗର ଥାନାରେ ପହଞ୍ଚି ସେ ପୋଲିସ କଷ୍ଟଡିରେ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକଙ୍କୁ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମିସାଗର ଥାନା ପୋଲିସ
📱 Get Argus News App
✨