ନୌସେନାକୁ ମିଳିବ ମହାଶକ୍ତି
·1 year ago

ଅର୍ଗସ ବ୍ୟୁରୋ: ବଢିବ ନୌସେନା ଶକ୍ତି। ଖୁବଶୀଘ୍ର ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ । ଏଥିପାଇଁ ଆସନ୍ତା ମାସରେ 90 ହଜାର କୋଟି ଟଙ୍କା ଡିଲ୍ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣାଯିବ ବୋଲି ନୌସେନା ମୁଖ୍ୟ କହିଛନ୍ତି। ଆସନ୍ତା ୧୦ ବର୍ଷ ମଧ୍ୟରେ ୯୬ଟି ଜାହାଜ ଏବଂ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ୬୨ଟି ଜାହାଜ ଓ ଗୋଟିଏ ବୁଡ଼ାଜାହାଜ ନିର୍ମାଣ ଚାଲିଛି। ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମାସରେ ଗୋଟିଏ ଜାହାଜ ନୌସେନାର ଜାହାଜରେ ଅନ୍ତର୍ଭୁକ୍ତ ହେବ ବୋଲି କହିଛନ୍ତି ଆଡମିରାଲ ଦିନେଶ କୁମାର ତ୍ରିପାଠୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: