|
logo
Live

Argus News - ନୂଆ ସରକାର ନୂଆ ଆଇନରେ ଆଣିଛନ୍ତି କଡ଼ା ବ୍ୟବସ୍ଥା

Odisha

ନୂଆ ସରକାର ନୂଆ ଆଇନରେ ଆଣିଛନ୍ତି କଡ଼ା ବ୍ୟବସ୍ଥା

Banajyotshna Ray
Browse all articles by Banajyotshna Ray
·1 year ago·3 min read
ନୂଆ ସରକାର ନୂଆ ଆଇନରେ ଆଣିଛନ୍ତି କଡ଼ା ବ୍ୟବସ୍ଥା

ଅର୍ଗସ ବ୍ୟୁରୋ:  ଦୀର୍ଘ ବର୍ଷ ହେବ ଖାଲି ପଡିଥିଲା ଦେଢ଼ ଲକ୍ଷ ସରକାରୀ ପଦବୀ । କା ଭାଁ ନିଯୁକ୍ତି କରୁଥିଲେ ପୂର୍ବ ବିଜେଡି ସରକାର ତାହା ବି ପୁଣି ପାଖ ଲୋକଙ୍କୁ । ନଚେତ ଲାକ୍ଷାଧିକ ଟଙ୍କାରେ ବିକ୍ରୀ ହେଉଥିଲା ସରକାରୀ ଚାକିରି । ନୂଆ ସରକାରର ସ୍ଵଛତାର ସହ ଛଅ ମାସ ମଧ୍ୟରେ ଛଅ ଟି ନିଯୁକ୍ତି ମେଳାରେ ୨୦ ହଜାରରୁ ଅଧିକ ଶିକ୍ଷିତ ବେକାରୀ ପିଲା ଙ୍କୁ ନିଯୁକ୍ତି ଦେବା ସହ ପରୀକ୍ଷାରେ ବି ସ୍ଵଛତା ଆଣିବାକୁ ନୂଆ ଆଇନ ପାରିତ କରିଛନ୍ତି । ଷଷ୍ଠ ନିଯୁକ୍ତି ମେଳାରେ ପୂର୍ବ ସରକାରରେ ଚାଲିଥିବା ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖୁବ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବରୁ ନିଯୁକ୍ତି ରେ ଦୁର୍ନୀତି ଭରି ରହୁଥିଲ। ସ୍ବଚ୍ଛତା ଓ ସାଧୁତା ନଥିଲା। ଦାୟିତ୍ୱରେ ଥିବା ଅଧିକାରୀ ନିଜର ଲୋକ ମାନଙ୍କୁ ନିଯୁକ୍ତି ଦେବା ସହ ପାତର ଅନ୍ତର କରୁଥିଲେ। JEE ଓ ASO ପରୀକ୍ଷାରେ  ସ୍ବଚ୍ଛତା ନଥିଲା ।ମେଧାବୀ ଛାତ୍ର ଛାତ୍ରୀଙ୍କ ଭରସା ତୁଟି ଯାଇଥିଲା ସରକାରଙ୍କ ଓ ଭଗବାନ ଙ୍କ ଉପରେ । ବର୍ତ୍ତମାନ ନିରପେକ୍ଷ ଭାବେ ନିଯୁକ୍ତି ଚାଲିଛି। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ  ସରକାର ସାର୍ବଜନୀନ ପରୀକ୍ଷା ବିଲ ବିଲ ଆଣିଛନ୍ତି ସରକାର । ଆଇନରେ ପରିଣତ ହୋଇଛି। ଆଗମୀ ଦିନରେ ଏହା କାର୍ଯକାରୀ କରାଯିବ । ଦୁର୍ନୀତିଖୋର ଜେଲ ଓ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନଜର ପକାନ୍ତୁ ନିଯୁକ୍ତି ଦୁର୍ନୀତି ଓ ପରୀକ୍ଷାରେ ସ୍ୱଚ୍ଛତା ରୋକିବାକୁ ଆସିଥିବା ନୂଆ ଆଇନ କଣ ଏବଂ କେମିତି ଏହା କାମ କରିବ । ସାର୍ବଜନୀନ ପରୀକ୍ଷା ଅନୁଚିତ ସାଧନ ନିବାରଣ ୨୦୨୪ ଅନୁଯାୟୀ ।
୧ - ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧୁନିୟମ ଅଧୀନରେ ଅନୁଚିତ ସାଧନ ଏବଂ ଅପରାଧ ଅବଲମ୍ବନ କରନ୍ତି, ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ | ଜୋରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, 2023ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ ।
୨ - ସେବା ଯୋଗାଣକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବାକୁ ଦାୟୀ ରହିବେ ଏବଂ ସେହି ସେବା ଯୋଗାଣକାରୀଙ୍କଠାରୁ ଆନୁପାତିକ ପରୀକ୍ଷା ଖର୍ଜ ମଧ୍ଯ ଆଦାୟ କରାଯିବ ଏବଂ ତାଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ କୌଣସି ଦାୟିତ୍ବ ପ୍ରଦାନ କରିବାରୁ ମଧ୍ୟ ପ୍ରତିବନ୍ଧିତ କରାଯିବ ।
୩ - ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା'ହେଲେ ତା'ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଜ ମଧ୍ଯ ଆଦାୟ କରାଯିବ । 
୪ - ଯଦି ଅନୁସନ୍ଧାନ ସମୟରେ ଏହା ପ୍ରମାଣିତ ହୁଏ ଯେ ଏହି ଅଧିନିୟମ ଅଧୀନରେ କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା କିମ୍ବା ସେବା ଯୋଗାଣକାରୀ ସଂସ୍ଥାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହମତି କିମ୍ବା ସହଯୋଗରେ ଅପରାଧ ଘଟିଛି, ତେବେ ସେ ଅତି କମରେ ତିନିବର୍ଷ ଠାରୁ ଆରମ୍ଭକରି ଦଶବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଏକ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ ହେବାକୁ ଦାୟୀ ରହିବେ | ଜୋରିମାନା ପୈଠରେ ଖୁଲାପ କଲେ ଭାରତୀୟ ନ୍ୟାୟ ସଂହିତା, 2023 ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ ।
୫ - ଏହି ଧାରାରେ ଥିବା କୌଣସି ବିଷୟ ସେପରି କୌଣସି ବ୍ୟକ୍ତିଙ୍କୁ ଏହି ଅନିୟମ ଅନୁଯାୟୀ କୌଣସି ଦଣ୍ଡ ପାଇଁ ଦାୟୀ କରିବ ନାହିଁ, ଯଦି ସେ ପ୍ରମାଣ କରନ୍ତି ଯେ ସେହି ଅପରାଧ ତାଙ୍କ ଅଜାଣତରେ କରାଯାଇଥିଲା ଏବଂ ସେ ଏଭଳି ଅପରାଧକୁ ରୋକିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିଲେ ।
୬ - ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କ ସମୂହ ତଥା ପରୀକ୍ଷା ପ୍ରାକାରୀ କିମ୍ବା ସେବା ଯୋଗାଣକାରୀ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ କୌଣସି ସଂଗଠିତ ଅପରାଧ କରନ୍ତି ତେବେ ସେ ଅତି କମରେ ପାଞ୍ଚବର୍ଷ ଠାରୁ ଆରମ୍ଭ କରି ଦଶବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଅନ୍ୟନ ଏକ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ । ଜୋରିମାନା ପୈଠ ରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, 2023 ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ । ତେବେ ନିଯୁକ୍ତି ମେଳାରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ସେବା କରିବା ସମସ୍ତଙ୍କ ଭାଗ୍ୟ ରେ ନଥାଏ । ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ । ସ୍ୱଛତା ସହ କାମ କରନ୍ତୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆ ସରକାର ନୂଆ ଆଇନରେ ଆଣିଛନ୍ତି କଡ଼ା ବ୍ୟବସ୍ଥା | Argus News