Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା

Odisha

ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା

Manini Pattanayak
Browse all articles by Manini Pattanayak
·1 year ago·2 min read
ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା

ଭୁବନେଶ୍ୱର:  ଦାନା ମୁକାବିଲାରେ ଜନସେବାର ଭାଗିଦାରିତା। ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା।  ଦିନ ରାତି ଏକ କରିଥିଲା ନୂଆ ସରକାର। ଗାଉଣ୍ଡରେ ମନ୍ତ୍ରୀ ବିଧାୟକ- ଅଫିସର ବୁଲିଲେ ଗାଁକୁ ଗାଁ। ରାଜଧାନୀରେ ମୁଖ୍ୟମନ୍ତ୍ରୀ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପୁରା ଟିମକୁ ନେଇ କଲେ ଘନ ଘନ ସମୀକ୍ଷା। ଟଳିଲା ବିପଦ... ଜିରୋ କାଜୁଆଲିଟି ନାରା ରହିଲା କାଏମ....ବିପର୍ଯ୍ୟୟ ପରିଚାଳନାରେ ନବୀନଙ୍କ ମଡେଲକୁ ଟପିଲା କି ମୋହନଙ୍କ ମଡେଲ?  ସାତଭାୟାର ବଗପାଟିଆରେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂ ଦେଓ।   ଦାନା ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସାତଭାୟା ସହ ତାଳଚୁଆ ଅଞ୍ଚଳରେ ପ୍ରଭାବିତଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ  ବଗପାଟିଆରେ ବାତ୍ୟା ଆଶ୍ରୟ ସ୍ଛଳରେ ଥିବା ଲୋକଙ୍କ ସୁଖ ଦୁଖ ପଚାରିଥିଲେ ଉପମୁଖ୍ୟମନ୍ତ୍ରୀ। 

ଭଦ୍ରକ ଜିଲ୍ଲାର ପ୍ରଭାବିତ ଧାମରାର 8 ପଞ୍ଚାୟତ ସମେତ ତିହିଡି ଓ ଧାମନଗର ଯାଇ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ..ବାଲେଶ୍ବରର ସାର୍ଥା ଓ କଷାଫଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ଯାଇ ପ୍ରଭାବିତଙ୍କୁ ଭେଟିଛନ୍ତି  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।  କେବଳ ଏ ତିନି ମନ୍ତ୍ରୀ ନୁହଁନ୍ତି ଦାନା ଲ୍ୟାଣ୍ଡଫଲ କରିବା ଢେର ପୂର୍ବରୁ ପ୍ରଭାବିତ ଜିଲ୍ଲା ଗୁଡିକରେ ପହଁଞ୍ଚିଯାଇଥିଲେ 9 ମନ୍ତ୍ରୀ ଓ 6 ସଚିବ..ପ୍ରଭାତି ପରିଡା ପୁରୀର ଅସ୍ତରଙ୍ଗ, ପାରଦ୍ବୀପରେ ସଂପଦ ସ୍ବାଇଁ, ଗୋପାଳପୁରରେ ବିଭୁତି ଭୂଷଣ ଜେନା, ବଡସାହିରେ କୃଷ୍ଣଚନ୍ଦ୍ର ପାତ୍ର, ମାହାଙ୍ଗାରେ  ପୃଥୀରାଜ ହରିଚନ୍ଦନ, କେନ୍ଦୁଝରରେ କୃଷ୍ଣ ପାତ୍ର  ଦାନା ମୁକାବିଲା ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତିର ସମୀକ୍ଷା ସହ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀୟରେ ଭେଟିଥିଲେ।

ସେହପିରି ବିଗତ ଦିନରେ ବାତ୍ୟା ମୁକାବିଲାରେ ଅଭିଜ୍ଞତା ଥିବା କିଛି ବରିଷ୍ଠ ଅଫିସରଙ୍କୁ ଜିଲ୍ଲା ପଠାଇଥିଲେ ସରକାର॥  ରେଡକ୍ରସ ସହ ବିଭିନ୍ନ  ସଂଗଠନ ବି ବାତ୍ୟା ମୁକାବିଲାରେ ସରକାରଙ୍କୁ ଭରପୁର ସହଯୋଗ କରିଥିଲେ. .ସମସ୍ତେ ମିଶି ବାତ୍ୟାକୁ ମୁକାବିଲା କରିଥିବାରୁ  ଏମାନଙ୍କୁ ଧନ୍ୟବାଦ ଦେବା ସହ ଏହାକୁ ଜନସେବାର ପାର୍ଟନର ସିପ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ  ପୂର୍ବରୁ  ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଉଲ୍ଲେଖ ନୀୟ କାମ ପାଇଁ ନବୀନ ସାଉଁଟିଛନ୍ତି  ଅନେକ ପ୍ରଂଶସା.. ତେବେ ନୂଆ ସରକାର  ବିପର୍ଯ୍ୟୟ ମୁକାବିଲାର ପ୍ରଥମ ପରୀକ୍ଷାରେ ପାଶ ପାଇଁ  ଦିନରାତି ଏକ କରିଦେଇଥିଲା।  ବିଳମ୍ବିତ ରାତିରେ ସ୍ଥିତି ମୁକାବିଲା ପାଇଁ ନିଜେ ରଣନୀତି ପ୍ରସ୍ତୁତ କରିଥିଲେ ମୁଖ୍ୟମନ୍ତ୍ରୀ। 
 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The new government has worked day and night to fight | Argus News