Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନବେଳର ଖବର ସଂକ୍ଷେପରେ...

୧- ଫୋକସରେ ମହିଳା ... ମହିଳାଙ୍କୁ ସଶକ୍ତ କରିବାକୁ `ସୁଭଦ୍ରା' ପଦଯାତ୍ରା... ରାଜ୍ୟର 6 ହଜାର 794 ସ୍ଥାନରେ ସଚେତନତା ରାଲି ... ଓଡ଼ିଶା ସମୃଦ୍ଧିର ବାର୍ତ୍ତାବହ ସାଜିଛନ୍ତି ମହିଳା ... କାଲି 1 ଲକ୍ଷ 70 ହଜାରଙ୍କୁ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା …
୨- ଗୁଣି ସନ୍ଦେହରେ ମୁଣ୍ଡ ଗଡ଼ିଲା । ପଡ଼ୋଶୀଙ୍କୁ ମାରି ଦେଲା ପଡ଼ୋଶୀ । ଅନ୍ଧବିଶ୍ଵାସକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ । ତୁଷୁରା ଥାନା ଆଠଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
୩- ଦାୟିତ୍ୱ ନେଲେ ଜଗମୋହନ ମୀନା । ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ଅଫିସର ଜଗମୋହନ ମୀନା । ବର୍ତ୍ତମାନ ଡିସିପି ପିନାକ ମିଶ୍ରଙ୍କ ଠାରୁ ଦାୟିତ୍ୱ ନେଲେ
୪- ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ବିଶେଷ ସେବା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
୫- ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ... ଜୟଦେବ ଭବନରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ... ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ... ଏପ୍ରିଲ୍ 24ରେ ପଞ୍ଚାୟତିରାଜ ଦିବସ ପାଇଁ ଆଜି ସ୍କୁଲ୍, କଲେଜରେ ଛୁଟି ବାତିଲ୍...
୬- ମଙ୍ଗୁଳି ଛକରେ ଏକ କବାଡିଆ ଗୋଦାମରେ ଲାଗିଲା ନିଆଁ... ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ... ଚୌଦ୍ଵାର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି... ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା...
୭- ଖଲ୍ଲିକୋଟ ଥାନା ହରିପୁର ଗାଁରେ ମର୍ଡର... ଜେଲରୁ ଫେରିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା... ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ସୂଚନା... ଘଟଣାସ୍ଥଳରେ ପୋଲିସର ଛାନଭିନ୍..
୮- ଆମେରିକା ସଂସଦକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ ... କହିଲେ, ଆମେରିକା ପାଇଁ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଛି’... ବାଇଡେନଙ୍କ କାର୍ଯ୍ୟକାଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଥିଲା ... ଅଧିକ ଟାରିଫ ଲାଗୁ କରିଥିବାରୁ ଭାରତ ସହ ୟୁରୋପିଆନ୍ ୟୁନିୟନ୍, ଚୀନ,ବ୍ରାଜିଲକୁ ଟାର୍ଗେଟ୍ ...
୯- ରାଜ୍ୟରେ ବଢୁଛି ଖରାର ପ୍ରକୋପ... ଚଳିତ ମାସ ପ୍ରଥମ ଥର ପାଇଁ 39 ଡିଗ୍ରୀ ତାପମାତ୍ରା... 7 ଦିନ ଯାଏଁ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ...
୧୦- ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିଜୟ ସହ ଭାରତ ଫାଇନାଲ୍‌ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The news of the day in brief..... | Argus News