Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 'ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆଶ୍ୱସ୍ତ କରିଛି'

Odisha

'ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆଶ୍ୱସ୍ତ କରିଛି'

Smruti Parija
Browse all articles by Smruti Parija
·2 years ago·1 min read
'ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆଶ୍ୱସ୍ତ କରିଛି'

Key Points

•    ମାଆ ସମଲେଶ୍ୱରୀଙ୍କ ପାଖରେ ଶିଶୁଟିର ସୁସ୍ଥ ଓ ନିରାମୟ ଜୀବନ କାମନା କଲେ 
•    ଉଦ୍ଧାରକାରୀ  ଟିମ୍‌କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
 

ଭୁବନେଶ୍ୱର: ସମ୍ବଲପୁରରେ ବୋରୱେଲରୁ ନବଜାତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍ । କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ସମ୍ବଲପୁରର ଲାରିପାଲି ସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲଠାରେ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆମ ସମସ୍ତଙ୍କୁ ଆଶ୍ବସ୍ତ କରିଛି । ମାଆ ସମଲେଶ୍ବରୀଙ୍କ ପାଖରେ ଶିଶୁଟିର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି । ଉଦ୍ଧାରକାରୀ  ଟିମ୍‌ର ସଦସ୍ୟଙ୍କୁ ଧନ୍ୟବାଦ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି। 

ବୋରୱେଲ୍ ଗାତରେ କଇଁ କଇଁ କାନ୍ଦୁଛି ନବଜାତକ

Sponsored
The news of the safe rescue of a newborn baby girl from an abandoned borewell is heartening - Dharmendra Pradhan | Argus News