Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘନ କୁହୁଡି ଯୋଗୁଁ ଅଦୃଶ୍ୟ ହେଲା ନୀଳଚକ୍ର

Odisha

ଘନ କୁହୁଡି ଯୋଗୁଁ ଅଦୃଶ୍ୟ ହେଲା ନୀଳଚକ୍ର

Banajyotshna Ray
Browse all articles by Banajyotshna Ray
·1 year ago
ଘନ କୁହୁଡି ଯୋଗୁଁ ଅଦୃଶ୍ୟ ହେଲା ନୀଳଚକ୍ର

ପୁରୀ: ଅଦୃଶ୍ୟ ହେଲା ବଡଦେଉଳ। । ଦିଶିଲାନି ନୀଳଚକ୍ର। ଘନ କୁହୁଡି ହେତୁ ଅନେକ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତଗଣ। ଚାଲିଥିଲା ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ । ହଠାତ୍ ଆସିଲା କୁହୁଡି, ଆଉ ଲୁଚିଗଲା ଶ୍ରୀମନ୍ଦିର । କିଛି ସମୟ ପାଇଁ ଦୃଶ୍ୟମାନ ହେଲାନାହିଁ ଶ୍ରୀମନ୍ଦିର ଓ ନୀଳଚକ୍ର । କୁହୁଡିର ଚାଦରରେ ଢାଙ୍କି ହୋଇଗଲା ଶ୍ରୀମନ୍ଦିର ସମେତ ସିଂହଦ୍ଵାର ପରିସର। ପତିତପାବନ ବାନା, ନାଟ ମଣ୍ଡପ ଦେଖିପାରୁନଥିଲେ ଭକ୍ତ।


ସକାଳୁ ସକାଳୁ ପତିତପାବନ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି ଭକ୍ତଗଣ। ହେଲେ ଘନ କୁହୁଡି ସବୁ କିଛି ଆଜି ପାଣିରେ ମିଶେଇ ଦେଲା। ହଠାତ୍‌ ଅଦୃଶ୍ୟ ହୋଇଗଲା ବଡଦେଉଳ। କିଛି ସମୟ ପରେ ଧିରେ ଧିରେ ଘନ କୁହୁଡି ହଟିଥିଲା। ଶ୍ରୀମନ୍ଦିର ଦର୍ଶନ କଲେ ଶ୍ରଦ୍ଧାଳୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The nilachakra disappeared due to fog. | Argus News