Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିବ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ, ଭିତର ଗୁମୁଟର ପୁରାତନ କବାଟ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବଦଳିବ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ, ଭିତର ଗୁମୁଟର ପୁରାତନ କବାଟ

Key Points

ଶ୍ରୀମନ୍ଦିର ଉତ୍ତରପାର୍ଶ୍ଵ ଦ୍ଵାର ପାଇବ ନୂଆ ରୂପ

ବଦଳିବ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ

ଭିତର ଗୁମୁଟର ପୁରାତନ କବାଟ

ଶ୍ରୀମନ୍ଦିର ଉତ୍ତରପାର୍ଶ୍ଵ ଦ୍ଵାର ପାଇବ ନୂଆ ରୂପ । ବଦଳିବ ଶ୍ରୀମନ୍ଦିର ଉତ୍ତର ପାର୍ଶ୍ଵ, ଭିତର ଗୁମୁଟର ପୁରାତନ କବାଟ । ନୂଆ ସେଣ୍ଟ୍ରାଲ ପ୍ରୋଭିନ୍ସ ଶାଗୁଆନ କାଠରେ ପ୍ରସ୍ତୁତ ହେବ କବାଟ । ପିତ୍ତଳ ଚାଦରରେ ଆଚ୍ଛାଦିତ ହେବ ଏହି ଶାଗୁଆନ କାଠ କବାଟ । ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କଲା ଶ୍ରୀମନ୍ଦିର ପ୍ରଶାସନ ।୧୯ ଲକ୍ଷ ୭୫ ହଜାର ୪୫୩ ଟଙ୍କାର ରହିଛି ଆକଳନ ମୂଲ୍ୟ । କାର୍ଯ୍ୟ ଶେଷ କରିବାକୁ ୨ ମାସର ଅବଧି ରଖାଯାଇଛି ।ସେପଟେ ସିଂହଦ୍ୱାର ସମ୍ମୁଖ ବାଗେଡିଆ ଧର୍ମଶାଳାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଇଁ ହେବ ନିର୍ମାଣ କାର୍ଯ୍ୟ । ଖର୍ଚ୍ଚ ଆକଳନ ହୋଇଛି ୧୮ ଲକ୍ଷ ୬୮ ହଜାର ୫୪୦ ଟଙ୍କା । ଏନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀକୁ ସବୁଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ଜଗତରନାଥ ଜଗନ୍ନାଥଙ୍କୁ ଦେଖିବା ପାଇଁ ଧାଇଁ ଆସିଥାନ୍ତି ଭକ୍ତଗଣ। ଯାହାକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଚାଲିଛି ପ୍ରସ୍ତୁତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
the-north-side-entrance-of-the-jagannath-temple-will-get-a-new-look | Argus News