Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Odisha

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଅର୍ଗସ ବ୍ୟୁରୋ:  ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଏହା ସହ ଆରମ୍ଭ ହେବ ନାମଙ୍କନ ଦାଖଲ ପ୍ରକ୍ରିୟା  । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିପାରିବେ । ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୯ ତାରିଖ ସୁଦ୍ଧା କରିପାରିବେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ନାମାଙ୍କନ ବେଳେ ପ୍ରାର୍ଥିମାନଙ୍କୁ ବଡ଼ ରାଲି ନଆସିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମେ ୧୩ରେ ହେବ ଭୋଟ ଗ୍ରହଣ । ଏହା ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି. ବ୍ରହ୍ଣପୁର, କୋରାପୁଟ ଓ ନବରଙ୍ଗପୁର ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଯଦି ଲୋକସଭା ପ୍ରାର୍ଥୀ କଥା ଦେଖିବା ତେବେ କଳାହାଣ୍ଡିରେ ବିଜେପିରୁ ମାଲବିକା କେଶରୀ ଦେଓ,  ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି ।

ସେହିପରୀ ନବରଙ୍ଗପୁର ବିଜେଡିରୁ ପ୍ରଦିପ ମାଝି, ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ରହିଛନ୍ତି । ସେପଟେ ବ୍ରହ୍ମପୁରରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ମିଳିଛି ଟିକେଟ୍ । ଏହା ସହ କୋରାପୁଟରେ ବିଜେପିରୁ କାଳୀରାମ ମାଝୀ, କଂଗ୍ରେସରୁ ସପ୍ତଗିରି ଉଲାକା ଓ ବିଜେଡିରୁ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ପ୍ରାୟ ୭ରୁ ୮ ବିଧାନସଭା ଆସନ ବେସ ଚର୍ଚ୍ଚାରେ ରହିଛି । ଏଠାରେ ଘମାଘୋଟ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ନର୍ଲା, ନୂଆପଡ଼ା, ପାରଳାଖିମୁଣ୍ଡି, ଧର୍ମଗଡ, ଭବାନୀପାଟଣା, କୋରାପୁଟ, ଜୟପୁର ଭଳି ଆସନରେ ବିଭିନ୍ନ ଦଳ ହେବିୱେଟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The notification for the first phase of elections in Odisha will be published today | Argus News