Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ପାଇଁ ଅପାର ସମ୍ଭାବନାର ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ସମ୍ମିଳନୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟ ପାଇଁ ଅପାର ସମ୍ଭାବନାର ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ସମ୍ମିଳନୀ

ଅର୍ଗସ ବ୍ୟୁରୋ: ସମୃଦ୍ଧ ଓଡ଼ିଶା ଗଠନ ଉପରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ଫୋକସ୍ । ରାଜ୍ୟ ପାଇଁ ଅପାର ସମ୍ଭାବନାର ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ସମୃଦ୍ଧ ଓଡ଼ିଶା ଗଠନ ପାଇଁ 2.2 ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ସରକାର । ରାଜ୍ୟର ଭିତ୍ତିଭୂମି, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ନିବେଶ ପାଇଁ ପ୍ରବାସୀଙ୍କୁ ଆହ୍ହାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ପ୍ରବାସୀ ଭାରତୀୟଙ୍କ ସହଯୋଗ ଓ ସହଭାଗିତା। ଏଥିପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ପ୍ରବାସୀଙ୍କ ସହ ହୋଇଛି ସ୍ବତନ୍ତ୍ର ଆଲୋଚନା। ସ୍ବସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର ସମାବେଶରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ, ରାଜ୍ୟ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ରହିଛି ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବ୍ୟାପକ ବିନିଯୋଗ ସମ୍ଭାବନା । କିଛି ଦିନ ପରେ ଭୁବନେଶ୍ବରରେ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଯେଉଁଥିରେ ସାମିଲ ହେବାକୁ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-nri-conference-has-brought-immense-opportunities-for-the-state | Argus News