Videos
|
Odisha

ଆଜିଠୁ ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ

Ritu Das
Browse all articles by Ritu Das
·2 years ago·1 min read
ଆଜିଠୁ ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ

ଅର୍ଗସ ବ୍ୟୁରୋ: ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ। ଏହି ପୁରସ୍କାରରୁ ହଟିଛି ବିଜୁ ପଟ୍ଟନାୟକଙ୍କ ନାଁ। ଏହି କ୍ରୀଡ଼ା ପୁରସ୍କାରକୁ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର। କ୍ରୀଡ଼ା ବିଭାଗ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାମ ହଟାଇ ଦିଆଯାଇଛି।

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ହେଲେ ଚଳିତବର୍ଷର ପୁରସ୍କାର ଲାଗି ପଞ୍ଜୀକରଣ ବାବଦରେ କ୍ରୀଡ଼ା ଓ ଯୁବସେବା ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ଏହାକୁ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ଦର୍ଶାଯାଇଛି।

ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳି, କୋଚ୍, କ୍ରୀଡ଼ା ଅନୁଷ୍ଠାନ ତଥା କ୍ରୀଡ଼ା ସାମ୍ବାଦିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିରେ ସେମାନଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରିଥାନ୍ତି ରାଜ୍ୟ ସରକାର।

୨୦୦୧ରେ ଯେତେବେଳେ ବିଜୁ ଜନତା ଦଳ ରାଜ୍ୟରେ ଶାସନକୁ ଆସିଥିଲା ସେବେଠାରୁ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା।  କିନ୍ତୁ ନୂଆ ସରକାର ଆସିବା ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳାଇ  ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ବିଧିବଦ୍ଧ ଭାବେ ରଖାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର