ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Key Points
ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଏବେ ଦେଶରେ ୨୭୧୦ ସକ୍ରିୟ କେସ୍
ଗତକାଲିରୁ ଆଜି ଭିତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ବୃଦ୍ଧି
କେରଳରେ ସର୍ବାଧିକ ୧୧୪୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
ଦିନକରେ ୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶାରେ ୭ ଜଣ କୋଭିଡ୍ ଆକ୍ରାନ୍ତ
ଦେଶରେ ବଢ଼ିବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଦେଶରେ ୨୭୧୦ ଜଣ ସକ୍ରିୟ କୋଭିଡ୍ ଆକ୍ରାନ୍ତ ରହିଛନ୍ତି । ତେବେ ଗତକାଲିରୁ ଆଜି ଭିତରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ବଢ଼ିଛି । କେରଳରେ ୨୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୪୦ ଜଣ ଏବଂ ପଶ୍ଚିମବଙ୍ଗରେ ୫୯ ଜଣ ।
କେରଳରେ ସର୍ବାଧିକ ୧୧୪୭ ଜଣ ସକ୍ରିୟ କୋଭିଡ୍ ଆକ୍ରାନ୍ତ ରହିଛନ୍ତି । ସେହିପରି ଦିନକରେ ୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମହାରଷ୍ଟ୍ରରେ ୨, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ ଓ ତାମିଲନାଡୁରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଦୁଇ ସପ୍ତାହ ତଳେ ସାରା ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୫୭ । ସେପଟେ ଓଡ଼ିଶାରେ ୭ ଜଣ କୋଭିଡ୍ ଆକ୍ରାନ୍ତ ରହିଛନ୍ତି ।