Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା

Key Points

ଆଉ 7 ନୂଆ କରୋନା ରୋଗୀ
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା
ଆଜି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ
ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ହେଲା ୫୬
ଏବେ ସୁଦ୍ଧା ସୁସ୍ଥ ହେଲେଣି 20 ଜଣ କରୋନା ରୋଗୀ
ଏବେ ବି 36 ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା। ଗତକାଲି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଗତକାଲି ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହେଲେଣି। ଫଳରେ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।


ସେପଟେ ଓଡ଼ିଶାର ଜଣକୁ ମିଶାଇ ଦେଶରେ ଚଳିତ ବର୍ଷ କରୋନା ନେଲାଣି ୬୫ ଜଣଙ୍କ ଜୀବନ। ଦେଶରେ ୬ ହଜାର ଟପିଲାଣି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। କେରଳ, ଗୁଜରାଟ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ବେଲଗାମ ସଂକ୍ରମଣ। ଏବେ ଚିହ୍ନଟ ହେଉଥିବା ଭାରିଆଣ୍ଟ ଅଧିକ କ୍ଷତିକାରକ ନୁହେଁ । ତେଣୁ ଆକ୍ରାନ୍ତଙ୍କ ଠାରେ ଲକ୍ଷଣ ଥିଲେ ଘରେ ରୁହିବାକୁ, ମାସ୍କ ପିନ୍ଧିବାକୁ ଏବଂ ଭିଡ଼ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-number-of-corona-patients-in-the-state-has-crossed-50 | Argus News