Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରବିବାର ୩ଟି ନୂଆ କେସ୍ , ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ୍‌ ରୋଗୀଙ୍କ ସଂଖ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରବିବାର ୩ଟି ନୂଆ କେସ୍ , ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ୍‌ ରୋଗୀଙ୍କ ସଂଖ୍ୟା

Key Points

ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ୍‌ ରୋଗୀଙ୍କ ସଂଖ୍ୟା। ରବିବାର ୩ଟି ନୂଆ କେସ୍‌ ବାହାରିଛି। ସମସ୍ତ କୋଭିଡ୍‌ ଆକ୍ରାନ୍ତ ହୋମ୍‌ ଆଇସୋଲେସନରେ ଅଛନ୍ତି । ସେହିପରି ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି। ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 700 ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମେ 22ରେ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା 257 ଥିଲା। ଗତ 9 ଦିନରେ କରୋନା ମାମଲା 14 ଗୁଣ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ 1400 ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମହାରାଷ୍ଟ୍ରରେ 485, ଦିଲ୍ଲୀରେ 436 ସକ୍ରିୟ କରୋନା ରୋଗୀ ଅଛନ୍ତି।


ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ 200 ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି। ଜାନୁଆରୀ ଏପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ 28 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କର୍ଣ୍ଣାଟକ ସରକାର ଜନ ଗହଳି ଅଞ୍ଚଳରେ ମାସ୍କ ପରିଧାନ ଓ ଶାରିରୀକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 2020ରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ 4 ଟି ପର୍ଯ୍ୟାୟରେ ହୋଇଥିଲା ଲକ ଡାଉନ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ 25ରୁ ଏପ୍ରିଲ 14, ଦ୍ବିତୀୟ ପର୍ଯ୍ୟାୟ ଅପ୍ରିଲ 15ରୁ ମେ 3, ତୃତୀୟ ପର୍ଯ୍ୟାୟ ମେ 4ରୁ ମେ 17 ଏବଂ ଚତୁର୍ଥ ପର୍ଯ୍ୟାୟ ମେ 18ରୁ ମେ 31 ଯାଏଁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of Covid patients in Odisha has reached 12 | Argus News