Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Rashmita Mishra
Browse all articles by Rashmita Mishra
·1 year ago·2 min read
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Key Points

ଜିଲ୍ଲାକୁ ଜିଲ୍ଲା ଡେଉଁଛି ଡାଇରିଆ

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

୮୨ ଆକ୍ରାନ୍ତ ଚିହ୍ନଟ, ୯ ଜଣ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଯାଜପୁରରେ ଡାଇରିଆ ଆତଙ୍କ । ଜିଲ୍ଲାରେ ୨ ଶହରୁ ଅଧିକ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍ ଏବଂ କେନ୍ଦ୍ରୀୟ ଟିମ୍ ର ଚଢ଼ାଉ । ବିଭିନ୍ନ ପାଣି ପ୍ୟାକେଜିଂ କାରଖାନା, ଥଣ୍ଡା ତିଆରି କାରଖାନା ଉପରେ ରେଡ୍ । ୫ଟି ପାଣି ପାଉଚ୍ ପ୍ୟାକେଜିଂ କାରଖାନା ସହ ୧୧ଟି ହୋଟେଲକୁ ସିଲ୍ କଲା ଖାଦ୍ୟ ସୁରକ୍ଷା ବିଭାଗ ।


ସେପଟେ ଢେଙ୍କାନାଳ ଜିଲ୍ଲା ଭୁବନରେ ଡାଇରିଆ ଆତଙ୍କ। ୮୨ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ୯ ଜଣ ଭୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଭୁବନ ଏନଏସିର ୨,୩ ୪,୯,୧୨ ଓ ୧୪ ଓ୍ବାର୍ଡ ସମେତ ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିଛି। ପ୍ରଶାସନ ପକ୍ଷରୁ ସମସ୍ତ ଷ୍ଟ୍ରିଟ ଫୁଡ ବନ୍ଦ କରାଯାଇଛି। ଏଥିସହ ହୋଟେଲ ଗୁଡିକରେ ସ୍ବଚ୍ଛତା ଓ ସୁସ୍ଥ ଖାଦ୍ୟ ବ୍ୟବସ୍ଥା ପାଇଁ ତାଗିଦ କରାଯାଇଛି। ଭୁବନ ଏନଏସି ପକ୍ଷରୁ ସବୁ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଯିବା ସହ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫଟା ପାଇପ ଗୁଡିକୁ ମରାମତି କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଝିଙ୍କିରିଆରେ ୨୬ ଜଣ, ବାଙ୍କୀ ଘୋଳପୁରରେ ୪୦ ଜଣ, ଟାଙ୍ଗୀ ବ୍ଲକର ସଫା ପଞ୍ଚାୟତରେ ୧୭ ଜଣ ଓ ମାହାଙ୍ଗାରେ ୩୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବଡମ୍ବା ନରସିଂହପୁରରେ ଗୋଟିଏ ପରିବାରର ୨ ରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍‌।


ସେପଟେ ଘୋଳପୁର ଗାଁରେ ପହଁଚିଲେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସହ ବିଜେପିର ଏକ ଟିମ୍ । ଝାଡାବାନ୍ତି ଆକ୍ରାନ୍ତଙ୍କୁ ଭେଟି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପକ୍ଷରୁ ଗାଁରେ ବିଛା ଯାଇଥିବା ପାଇପ ଲାଇନରୁ ଆସୁଥିବା ପାଣିରେ ଡ୍ରେନେଜ ପାଣି ମିଶ୍ରିତ ହେଉଥିବା ଅଭିଯୋଗ ହୋଇଥିଲା । ତୁରନ୍ତ ପାଇପ ଲାଇନ ଗୁଡିକୁ ସଜାଡିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଜେପି ନେତା । ଯୁଦ୍ଧକାଳୀନ ଭିତ୍ତିରେ ବିଶୁଦ୍ଧ ପାଣି ଲୋକଙ୍କ ପାଖରେ ପହଁଚାଇବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Sponsored
the-number-of-infected-people-is-increasing-in-various-parts-of-the-district | Argus News