|
logo
Live

Argus News - ଆଠମଲ୍ଲିକ ଜଗନ୍ନାଥପୁର ଗାଁରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

Odisha

ଆଠମଲ୍ଲିକ ଜଗନ୍ନାଥପୁର ଗାଁରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଠମଲ୍ଲିକ ଜଗନ୍ନାଥପୁର ଗାଁରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

ଅର୍ଗସ ବ୍ୟୁରୋ: ଅନୁଗୋଳ ଆଠମଲ୍ଲିକ ବ୍ଲକର ଜଗନ୍ନାଥପୁରରେ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ।  ଗାଁରେ ଥିବା ୫ଟି ନଳକୂଅରୁ ଫ୍ଲୋରାଇଡ ମିଶା ପାଣି ବାହାରୁଛି । ଏହି ପାଣି ପିଇ ଲୋକମାନଙ୍କ ସ୍ବାସ୍ଥ୍ୟସମସ୍ୟା ଦେଖାଦେଉଛି । ନଳକୂପର ପାଣିରେ ଗୁଣ୍ଡମିଶା କଳାପାଣି ବାହାରୁଥିଲେ ମଧ୍ୟ ଗାଁ ଲୋକ ପିଇବାକୁ ବାଧ୍ୟ ହେଉଛନ୍ତି । ଏହି ଫ୍ଲୋରାଇଡ ମିଶା ପାଣି ପିଇବା ଯୋଗୁଁ ଗ୍ରାମରେ କୀଡୀନି ରୋଗୀଙ୍କ ସଂଖ୍ୟା ବଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I କିଡନୀ ରୋଗରେ ଦୁଇ ବର୍ଷରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଫ୍ଲୋରାଇଡ ମିଶା ପାଣି ପିଇ ଲୋକଙ୍କ ଦାନ୍ତ ହଳଦିଆ ଓ କଳା ପଡିଯାଉଥିବା ଅଭିଯୋଗ ହୋଇଛି ।

ଜଗନ୍ନାଥପୁର ଗାଁରେ ପାଖାପାଖି ୩୦୦ ଲୋକ ବସବାସ କରୁଛନ୍ତି । ପାନୀୟ ଜଳ ସମସ୍ୟା ନେଇ ସେମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନଥିବା ୱାର୍ଡ ମେମ୍ବର ଅଭିଯୋଗ କରିଛନ୍ତି । ୨୪ ବର୍ଷର ସ୍ଥାୟୀ ବିଜେଡି ସରକାରରେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ମିଳିପାରିଲାନାହିଁ I ନୂଆ ସରକାର ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ଗାଁ ଲୋକ ଆଶା ରଖିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଠମଲ୍ଲିକ ଜଗନ୍ନାଥପୁର ଗାଁରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା | Argus News