Puri Medical / ବଢ଼ୁଛି ରୋଗୀଙ୍କ ସଂଖ୍ୟା, କେବେ ସୁଧୁରିବ ମେଡିକାଲ ଅବସ୍ଥା ?

Key Points
ମେଡିକାଲରେ ବେଡ୍ ସଂଖ୍ୟା ବଢୁନଥିବାରୁ ରୋଗୀ ହନ୍ତସନ୍ତ ।
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ । ଏଠି ରୋଗୀ ସଂଖ୍ୟା ବଢ଼ିଲେ, ଦୁର୍ଦ୍ଦଶା ବଢୁଛି । ମିଳୁନି ବେଡ୍, ହନ୍ତସନ୍ତ ରୋଗୀ । ୨୦୨୪-୨୫ର ସରକାରୀ ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ରାଜ୍ୟରେ ୧୦ କୋଟି ୪୮ ଲକ୍ଷ ୬୬ ହଜାର ୪୩୪ ଜଣ ଚିକିତ୍ସିତ ହୋଇଛନ୍ତି । ସେହିଭଳି ଓପିଡି ଚିକିତ୍ସା ପାଇବାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ ୩୭ ଲକ୍ଷ ୫୪ ହଜାର ୯୯୫ ରୋଗୀ । ୩୬ ଲକ୍ଷ ୯୫ ହଜାର ୪୨୨ ଜଣ ଚିକିତ୍ସିତ ହୋଇଥିଲେ । ଏ ସଂଖ୍ୟା କ୍ରମାଗତ ବଢୁଛି । ହେଲେ ସେହି ହିସାବରେ ବେଡ୍ ବା ଅନ୍ୟାନ୍ୟ ସୁବିଧା ବଢ଼ି ପାରିନାହିଁ । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସେପଟେ ସିଡିଏମଓ କହିଛନ୍ତି, ଫେବୃଆରୀ ସୁଦ୍ଧା ନବନିର୍ମିତ ମେଡିକାଲ ବିଲ୍ଡିଂ କାମ ଶେଷ ହେବା ଆଶା ରହିଛି । ଏହାଦ୍ବାରା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ି ହେବ ନୂଆ ୩୦୦ ବେଡ୍ ସମ୍ପନ୍ନ ବିଲ୍ଡିଂ । ଏହାର କନଷ୍ଟ୍ରକସନ୍ କାମ, ପିଏଚଡି କାମ ସାରିଲାଣି । ନୂଆ ବିଲ୍ଡିଂ କାର୍ଯ୍ୟକ୍ଷମ ପରେ ପୁରୁଣା ବିଲ୍ଡିଂକୁ ଭାଙ୍ଗି ମଲ୍ଟି ଷ୍ଟୋରେଡ କରାଯିବ । ମେଡିକାଲ୍ କଲେଜ ଷ୍ଟାଣ୍ଡାର୍ଡ ମିଟ୍ କରିବା ପାଇଁ ମଡ୍ୟୁଲାର ICU ଏବଂ ମଡୁଲାର୍ OT ହେବ ।
ବ୍ଲଡ୍ ସେପାରେସନ୍ କମ୍ପୋନେଣ୍ଟ ଯୋଡ଼ି ହେବା ସହ ଡାଏଲସିସ୍ ବେଡ ସଂଖ୍ୟା ବଢ଼ାଯିବ । ମେଡିକାଲ କ୍ୟାମ୍ପସ ଓ ଭକ୍ତ ନିବାସ ମଧ୍ୟରେ ଆପ୍ରୋଚ ରୋଡ୍ ହେବା ସହ ନୂଆ ବିଲ୍ଡିଂ ପାଇଁ ରହିବ ଡେଡିକେଟେଡ୍ ଟ୍ରାନ୍ସଫରର୍ମର୍ । ୩୦୦ ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂ କାର୍ଯ୍ୟକ୍ଷମ ହେଲେ ବେଡ୍ ସମସ୍ୟା ଦୂର ହେବା ସହ ଚିକିତ୍ସା ସୁବିଧା ପାଇପାରିବେ ରୋଗୀ ।
ପୁରୀରେ ରୋଗୀ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ସବୁଠାରୁ ଉଚ୍ଚ କୋଟିର ରହିବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ନୀଇତି ହଜାର ହଜାର ଲୋକ ପୁରୀ ବୁଲିବାକୁ ଆସିଥାନ୍ତି । କୌଣସି କାରଣରୁ ସେମାନେ ଯଦି ଅସୁସ୍ଥ ଅନୁଭବ କରନ୍ତି, କିମ୍ବା କାହାର ଦୁର୍ଘଟଣା ଘଟୁଛି, ସେମାନେ ଏହି ମେଡିକାଲରେ ଭର୍ତ୍ତି ହେବାକୁ ସୁରକ୍ଷିତ ମଣୁନାହାନ୍ତି । କାରଣ ଅଧିକାଂଶ ସମୟରେ ଏଠାରେ ରୋଗୀଙ୍କ ବେଡ୍ ଅଭାବ ରହୁଛି, ଅନ୍ୟପଟେ କେତେବେଳେ ଡାକ୍ତର ଅଭାବ । ଆଉ କେତେବେଳେ ଉତ୍ତମ ଚିକିତ୍ସାର ଅଭାବ । ଏହାଦ୍ୱାରା କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ପୁରୀର ମର୍ଯ୍ୟାଦାହାନୀ ହେଉଛି ।
📱 Get Argus News App
✨Related Topics
Explore more stories