Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା

Banajyotshna Ray
Browse all articles by Banajyotshna Ray
·1 year ago·1 min read
1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା

ଅର୍ଗସ ବ୍ୟୁରୋ:  ପ୍ରଥମ ପର୍ଯ୍ୟାୟ ରେ ୨୫ ଲକ୍ଷ ... ଦ୍ବିତୀୟ ପର୍ଯ୍ୟାୟ ରେ ୩୫ ଲକ୍ଷ ।   ଏବେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କ ସଜବାଜ । ନଭେମ୍ବର 24ରେ ମଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏହି ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନୱାଡି କର୍ମୀ। ଏଥି ପାଇଁ ସମସ୍ତଙ୍କର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏବେ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ 1 କୋଟି 16 ଲକ୍ଷ ମହିଳା ଆବେଦନ କରିଛନ୍ତି । ଡିସେମ୍ବର ସୁଦ୍ଧା 1କୋଟି ମହିଳାଙ୍କୁ  ସୁଭଦ୍ରା ଟଙ୍କା ଦିଆଯିବ ବେୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେପଟେ ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ କିଭଳି ସୁଭଦ୍ରା ଯୋଜନାରେ ସାମିଲ କରାଯିବ ଏଥିପାଇଁ ଆଜି ବସିଛି ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ ।  ପୂର୍ବରୁ ଆବେଦନ କରି ଟଙ୍କା ପାଇ ନଥିବା ମହିଳା ଙ୍କ କାରଣ ଖୋଜିବା ସହ ରିଜେକ୍ସନ ଲିଷ୍ଟ କୁ ବ୍ଲକ କୁ ପଠାଇଥିଲା ବିଭାଗ । ଏବେ ଏହି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା ପାଇଁ ନୂଆ ନିଷ୍ପତି ନେଇ ପାରନ୍ତି ସରକାର। ସେପଟେ ବ୍ୟାଙ୍କ ସହ ଲିଙ୍କେଜ ନ ହୋଇଥିବା ଯୋଗୁ ଟଙ୍କା ପାଇନଥିବା ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟ ପଟେ ସୁଭଦ୍ରା ଟଙ୍କା କୁ ନେଇ ଗାଁ ଗାଁ ର ମହିଳା ଙ୍କ ଭିତରେ ଉତ୍ସାହ ବଢ଼ୁଥିବା ଦେଖିବାକୁ ମିଳିଛି ।  
ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳା ମାନଙ୍କୁ ନୂଆ ପରିଚୟ ଦେବା ସହ ଶସକ୍ତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of Subhadra applications has reached 1 crore 16 lakhs. | Argus News