Videos
|
Odisha

ଶିମିଳିପାଳରେ ବଢୁଛି ମହାବଳ ବାଘ ସଂଖ୍ୟା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଶିମିଳିପାଳରେ ବଢୁଛି ମହାବଳ ବାଘ ସଂଖ୍ୟା

ଶିମିଳିପାଳରେ ବଢୁଛି ମହାବଳ ବାଘ ସଂଖ୍ୟା । ଏନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା। ପିସିସିଏଫ୍ ଙ୍କ ସୂଚନା ଅନୁସାରେ ଏବେ ଶିମିଳିପାଳ ଅଭୟାରଣ୍ୟରେ ୪୦ ଟି ମହାବଳ ବାଘ ରହିଥିବା ବେଳେ ୬ ଟି ବାଘ ଶାବକ ରହିଛନ୍ତି। କ୍ୟାମେରା ଟ୍ରାପ୍‌ରୁ ଏହା ଜଣା ପଡ଼ିଛି।


ସେ ଆହୁରି ମଧ୍ୟ କହିଛନ୍ତି ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି । ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି । ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ - ଭାରତରେ ବାଘ ମାନଙ୍କୁ ସୁରକ୍ଷା ଦେବା ଓ ସଂଖ୍ୟା ବୃଦ୍ଧି କରିବା ପାଇଁ ଭାରତ ସରକାର ୧୯୭୩ ମସିହାରେ ଆରମ୍ଭ କରିଥିଲେ ପ୍ରୋଜେକ୍ଟ ଟାଇଗର। ୨୦୨୩ ର ତଥ୍ୟ ଅନୁସାରେ ଭାରତରେ ୩ ହଜାରରୁ ଅଧିକ ବାଘ ରହିଛନ୍ତି। ସାଧାରଣତ ବାଘଙ୍କ ପାଦ ଚିହ୍ନ ଓ କ୍ୟାମେରା ଦ୍ବାରା ବାଘ ଗଣନା ହୋଇଥାଏ। ଏବେ କ୍ୟାମେରା ଟ୍ରାପ୍‌ କରି ଅତ୍ୟାଧୁନିକ ପ୍ରଣାଳିରେ ବାଘ ଗଣନା କରାଯାଉଛି।