OISFରେ ବିଭିନ୍ନ ପଦରେ ୧୯୪୪ଟି ପଦବୀ ସୃଷ୍ଟି ହେବ

Key Points
ନିଯୁକ୍ତି ନେଇ ବଡ଼ ଘୋଷଣା
OISFରେ ବିଭିନ୍ନ ପଦରେ ୧୯୪୪ଟି ପଦବୀ ସୃଷ୍ଟି ହେବ
୨ଟି ନୂଆ OISF ବାଟାଲିୟନ ସୃଷ୍ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
୨ଟି ତୃତୀୟ ଓ ଚତୁର୍ଥ ଙଓଝୠ ବାଟାଲିୟନ ଭାବେ ନାମିତ
ନିଯୁକ୍ତି ନେଇ ବଡ଼ ଖବର । ରାଜ୍ୟ ସରକାର ଦୁଇଟି ନୂତନ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ OISF ବାଟାଲିୟନ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏଗୁଡ଼ିକୁ ତୃତୀୟ ଏବଂ ଚତୁର୍ଥ OISF ବାଟାଲିୟନ ଭାବରେ ନାମିତ କରାଯାଇଛି । ଏହି ସମ୍ପ୍ରସାରଣ ଦ୍ୱାରା OISF ମଧ୍ୟରେ ବିଭିନ୍ନ ପଦରେ 1ହଜାର 944ଟି ନୂତନ ପଦବୀ ସୃଷ୍ଟି ହେବ । ଓଡ଼ିଶା ସରକାର ଗତ 8 ମାସ ମଧ୍ୟରେ ରାଜ୍ୟ ପୋଲିସ କ୍ଷେତ୍ରରେ ପ୍ରାୟ 21ହଜାର 000 ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ପର୍କରେ ଗୃହ ବିଭାଗର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ତୃତୀୟ ଏବଂ ଚତୁର୍ଥ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ OISF ବାଟାଲିୟନ ସୃଷ୍ଟି ପାଇଁ ମୋଟ 1944ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି । ଏହି ପଦବୀଗୁଡ଼ିକ ମଧ୍ୟରେ 2 ଜଣ କମାଣ୍ଡାଣ୍ଟ, 6 ଜଣ ଡେପୁଟି କମାଣ୍ଡାଣ୍ଟ, 16 ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, 24 ଜଣ ଇନ୍ସପେକ୍ଟର, 54 ଜଣ ସବଇନ୍ସପେକ୍ଟର, 126 ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର, 256 ଜଣ ହାବିଲଦାର, ଏବଂ 1350 ଜଣ କନଷ୍ଟେବଳ ରହିଛନ୍ତି । ଏହା ସହିତ 14 ଟି ମନ୍ତ୍ରୀସ୍ତରୀୟ କର୍ମଚାରୀ ପଦବୀ ଓ ୩୦ଟି ଆର୍ମରର ଷ୍ଟାଫ୍ ପଦବୀ ସୃଷ୍ଟି କରାଯାଇଛି। ଏହି ପଦବୀଗୁଡ଼ିକ ଏକ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।