Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

MIG, LIG, LIG -1, MIG -2 ଘର ଦେବେ ସରକାର, ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର

Banajyotshna Ray
Browse all articles by Banajyotshna Ray
·1 year ago·2 min read
MIG, LIG, LIG -1, MIG -2 ଘର ଦେବେ ସରକାର, ୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର

Key Points

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର

MIG, LIG, LIG -1, MIG -2 ଘର ଦେବେ ସରକାର

୧୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଭିତରେ ମିଳିବ ଘର

ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ । କେଉଁ ବର୍ଗର ଲୋକ ଆବେଦନ କରିପାରିବେ ତାହାର କ୍ରାଇଟେରିଆ ମଧ୍ୟ ରହିବ । ଧନୀକ ଶ୍ରେଣୀ ଲୋକ ଆବେଦନ କରିପାରିବେନି । ଉନ୍ନତ ମାନର ଘର ଯୋଗାଇବା ସରକାରଙ୍କ ଲକ୍ଷ୍ୟ ।


ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ । କୋପରେଟିଭ ବ୍ୟାଙ୍କ ସହ ମଧ୍ୟ ଟାଇ ଅପ୍ କରିବେ ସରକାର । କୋପରେଟିଭ ବ୍ୟାଙ୍କ, ଘର ଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ଵ ନେବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏହି ଘର ଗୁଡ଼ିକ ତିଆରି କରିବେ ସରକାର । କଟକରେ ମଧ୍ୟ ଲୋକଙ୍କୁ ଘର ମିଳିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ମ୍ୟୁନିସପାଲିଟି ଅଞ୍ଚଳ ଗୁଡିକରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ଘର ଦେବେ ସରକାର ।

ସେପଟେ ସହରକୁ ବସ୍ତି ଶୂନ୍ୟ କରିବା ପାଇଁ ଯୋଜନା ଆଣିବାକୁ ଯାଉଛନ୍ତି ସରକାର । ସହର ଭିତରେ ଭଡା ଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା କରୁଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
the-odisha-government-plans-to-provide-affordable-housing-in-bhubaneswar-and-cuttack | Argus News