|
logo
Live

Argus News - `ସୁଭଦ୍ରା'ରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର୍ ଟୁ ଡୋର୍ ସର୍ଭେ

Odisha

`ସୁଭଦ୍ରା'ରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର୍ ଟୁ ଡୋର୍ ସର୍ଭେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
`ସୁଭଦ୍ରା'ରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର୍ ଟୁ ଡୋର୍ ସର୍ଭେ

Key Points

ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ମହିଳା ଶକ୍ତି ହେବେ ସଶକ୍ତ
ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ ଭାବେ ତିଆରି ହେଉଛି ସୁଭଦ୍ରା
`ସୁଭଦ୍ରା'ରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର୍ ଟୁ ଡୋର୍ ସର୍ଭେ
ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର
ଡୋର୍ ଟୁ ଡୋର୍ ଯାଇ ୱାନ୍ ଟୁ ୱାନ୍ ସର୍ଭେ କରିବେ ଅଧିକାରୀ
ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା

ଏବେ ସୁଦ୍ଧା ସୁଭଦ୍ରାରେ କୋଟିଏ ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ । ଆସନ୍ତାକାଲି କୋଟିଏ ପାର୍ କରିବ ସୁଭଦ୍ରା ହିତାଧିକାରୀ । ଫିଲଡ଼ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ୩ଟି କିସ୍ତି ମିଳିବ। ମାର୍ଚ୍ଚ ୩୧ ଆବେଦନର ଶେଷ ତାରିଖ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଙ୍ଗକୁ ୨୦୪୭ ସୁଦ୍ଧା ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏ ସୁଭଦ୍ରା ଯୋଜନା ମହିଳାଙ୍କ ଆତ୍ମବିଶ୍ବାସ ବଢାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରୁଛି ।


`ସୁଭଦ୍ରା' ଏମିତି ଏକ ଯୋଜନା, ଯେଉଁଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇସାରିଲେଣି । ମହିଳାମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସହ ସାମାଜିକ ସମ୍ମାନ ବି ପାଉଛନ୍ତି । ଗତ ନିର୍ବାଚନରେ ବିଜେପି ପ୍ରଚାରର ବଡ଼ ଅସ୍ତ୍ର ଥିଲା `ସୁଭଦ୍ରା' । ଯାହାକୁ ଏକ ବ୍ରାଣ୍ଡ ଭାବେ ତିଆରି କରାଯାଇଥିଲା । ଆଉ ଏହା ବିଜେଡିର ଭୋଟ୍ ବ୍ୟାଙ୍କକୁ ଭାଙ୍ଗିଥିଲା । ସୁଭଦ୍ରା ଯୋଜନାରେ ସ୍ବାବଲମ୍ବୀ ହୋଇ ବନିବେ ଲକ୍ଷପତି ଦିଦି । ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ ଭାବେ ତିଆରି ହେଉଛି ସୁଭଦ୍ରା । ସୁଭଦ୍ରାକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ସୁଭଦ୍ରା ପଦଯାତ୍ରା, ସୁଭଦ୍ରା ରଥ ଓ ସୁଭଦ୍ରା ଶକ୍ତି ମେଳାର ବି ଆୟୋଜନ କରାଯାଉଛି ।

ଓଡ଼ିଶାର ମାଆ ଓ ଭଉଣୀ ମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ସହ ନାରୀ ସଶକ୍ତୀକରଣର ନୂଆ ପ୍ରତୀକ ହେବ ସୁଭଦ୍ରା ଯୋଜନା । 5 ବର୍ଷରେ ମିଳିବ ମୋଟ 50 ହଜାର ଟଙ୍କା । ଗତ ନିର୍ବାଚନରେ ସୁଭଦ୍ରା ଥିଲା ବିଜେପି ପାଇଁ ଗେମ୍ ଚେଞ୍ଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
`ସୁଭଦ୍ରା'ରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର୍ ଟୁ ଡୋର୍ ସର୍ଭେ | Argus News