Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନିଜ ସ୍ଥାନକୁ ଫେରିଲା ବିରଜା ଅଗ୍ନେଶ୍ୱର ହାଟ

Odisha

ନିଜ ସ୍ଥାନକୁ ଫେରିଲା ବିରଜା ଅଗ୍ନେଶ୍ୱର ହାଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିଜ ସ୍ଥାନକୁ ଫେରିଲା ବିରଜା ଅଗ୍ନେଶ୍ୱର ହାଟ

ଅର୍ଗସ ବ୍ୟୁରୋ:  ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିବ ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏ ଖବର ହାଟର ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଣିଦେଇଛି ଖୁସି। ଯେଉଁ ଭଳି ଭାବେ ୮ ମାସ ଧିର ଚକ୍ରାନ୍ତ ଓ ଯାତନାର ଶୀକାର ହୋଇଆସିଥିଲେ ଚାଷୀ ଚାର ଅନ୍ତ ଘଟିବାକୁ ଯାଉଛି। ମାଆ ବିରଜାଙ୍କ ମନ୍ଦିର ନିକଟରେ ଏବେ ପୂର୍ବ ଭଳି ବସିବ ହାଟ।

ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟିଏ ପରିବାରର ଅହଂକାର ଯୋଗୁଁ ରାଜ୍ୟର ଅନ୍ୟତମ ସର୍ବପୂରାତନ ହାଟକୁ ଏଠାରେ ବେଦଖଲ କରାଗଲା। ଯାହାକି ଥିଲା ସଂପୂର୍ଣ୍ଣ ଅନାବଶ୍ୟକ ଓ ବେଆଇନ୍। ପ୍ରାୟ ଅଢେଇ କିଲୋମିଟର ଦୂର ସନ୍ଥମାଧବ ନଗରକୁ ସ୍ଥାନାନ୍ତର କରିଦିଆଗଲା ହାଟ। ଯାହାକି ଚାଷୀ, ବ୍ୟବସାୟୀ ଏପରିକି ଯାଜପୁର ଜନସାଧାରଣଙ୍କ ପାଇଁ ଜମାରୁ ଗ୍ରହଣୀୟ ନଥିଲା। ଏହାପରେ ଜୀବନ ଜୀବିକା ବଞ୍ଚାଇବା ପାଇଁ ଚାଷୀ ଓ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଥିଲେ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ହେଲେ ସେତେବେଳେର ସରକାର ଆଉ ସ୍ଥାନୀୟ ଜନ ପ୍ରତିନିଧି ଚାଷୀଙ୍କ ଦୁଃଖ ବୁଝିବା ବଦଳରେ ଚାଷୀଙ୍କ ଉପରେ ଜୁଲମ କରିଥିଲେ। ପ୍ରଶାସନକୁ ଲଗାଇ ଚାଷୀଙ୍କ ବିରୋଧରେ କେଶ କରାଗଲା। ହେଲେ ସରକାର ବଦଳିବା ପରେ ଚାଷୀଙ୍କ ଦାବି ମାନିଲା ପ୍ରଶାସନ। ହାଟ ଖୋଳିବା ପାଇଁ ପ୍ରଶାସନ ପରୋକ୍ଷରେ ଅନୁମତି ପ୍ରଦାନ କଲା।  ହେଲେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ବଳ ପ୍ରୟୋଗ କରି ତଡ଼ି ଦେଲେ ବିଜେଡିର ପାୱାରଫୁର ନେତା ବବି ଦାସଙ୍କ ପରିବାର। ବବିଙ୍କ ଭାଇ ବଳଭଦ୍ର ଚାଷୀଙ୍କୁ ହତ୍ୟା ଧମକ ଦେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ପୁରୁଣା ସ୍ଥାନକୁ ହାଟ ଫେରିବା ଖବର ଚାଷୀ ଓ ଯାଜପୁରବାସୀଙ୍କ ମଧ୍ୟରେ ଆଣିଦେଇଛି ଅପାର ଖୁସି।

କ୍ଷମତାରୁ ବେଦଖଲ ହେବା ପରେ ବି ଭାଙ୍ଗିନଥିଲା ବବିଙ୍କ ପରିବାରର ଅହଂକାର। ବିରଜା ପ୍ରକଳ୍ପକୁ ଢାଲ କରି ହାଟକୁ ସବୁଦିନ ପାଇଁ ହଟାଇବା ଚକ୍ରାନ୍ତରେ ବିଫଳ ହେବା ପରେ ପ୍ରଶାସନ ଉପରେ ଚାପ ପକାଇବାକୁ ବୁଢା ବ୍ରିଜ ନିକଟରେ ବବିଙ୍କ ସମର୍ଥକ ତଥା ବିଜେଡିର ନେତା ଆଉ କର୍ମୀ ରାସ୍ତା ରୋକ କରିଥିଲେ। ଏହିସମୟରେ ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ବି କରାଗଲା।  କିନ୍ତୁ ମା ବିରଜାଙ୍କ ଇଚ୍ଛା ଆଗରେ ଅହଂକାର ଓ ଅତ୍ୟାଚାରର ଜୋର ଚାଲିଲା ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The old Agneswar market returned to its place | Argus News