ବିରୋଧୀଙ୍କ କାମ ହେଲା ସତ ମିଛ କହି ସରକାରକୁ ଟାର୍ଗେଟ କରିବା: ଆଇନ ମନ୍ତ୍ରୀ

Key Points
ରାଜନୈତିକ ବୟାନବାଜି
ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ବିଜେଡିର ପ୍ରତିକ୍ରିୟା
`ରାଜ୍ୟରେ ପ୍ରତ୍ୟେକ ଦିନ ମହିଳା ଓ ନାରୀ ନିର୍ଯାତନା ବଢି ଚାଲିଛି'
`ପ୍ରତ୍ୟେକ ଘଟଣାରେ ସରକାର ବ୍ୟାକଫୁଟରେ ଅଛନ୍ତି'
ରାଜ୍ୟରେ ପ୍ରତ୍ୟେକ ଦିନ ମହିଳା ଓ ନାରୀ ନିର୍ଯାତନା ବଢି ଚାଲିଛି । ବାଲେଶ୍ବର, ବଳଙ୍ଗା , ପଟ୍ଟାମୁଣ୍ଡାଇ ହେଉ କି ଗାଇସିଲଟ ସବୁଠି ପୋଲିସର ଅବହେଳା ସାମ୍ନାକୁ ଆସୁଛି । ପ୍ରତ୍ୟେକ ଘଟଣାରେ ସରକାର ବ୍ୟାକଫୁଟରେ ଅଛନ୍ତି ବୋଲି କହିଛି ବିଜେଡି । କଂଗ୍ରେସ କହିଛି, ଆତ୍ମାହୁତି ନେଇ ଲୋକଲୋଚନକୁ ୪ଟି ଘଟଣା ଆସିଲାଣି । ଏହାର କାରଣ ହେଲା, ପୋଲିସ ପୀଡ଼ିତାଙ୍କ ଅଭିଯୋଗକୁ ରଖୁନାହିଁ ।
ସେପଟେ ବିଜେଡି ଓ କଂଗ୍ରେସକୁ କାଉଣ୍ଟର କରିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ବିରୋଧୀଙ୍କ କାମ ହେଲା ସତ ମିଛ କହି ସରକାରକୁ ଟାର୍ଗେଟ କରିବା । ଆମେ ବିରୋଧୀଙ୍କ ପାଇଁ ବ୍ୟଥିତ ନାହୁଁ । ଆମେ ବ୍ୟଥିତ ଏଥିପାଇଁ ଯେ ଯେଭଳି ଜୀବନହାନୀ ହେଉଛି । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ପୀଡ଼ିତ ଓ ପୀଡିତାଙ୍କୁ ଅନୁରୋଧ ଆଇନଗତ ଦିଗକୁ ଆପଣାନ୍ତୁ । ଏଭଳି ଭାବରେ ନିଜ ଜୀବନ ନିଅନ୍ତୁ ନାହିଁ। ଏହା କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଅନ୍ୟପଟେ ବିରୋଧୀ ବିନା କଥାରେ ଏଭଳି ଦୁଃଖନୀୟ ଘଟଣାକୁ ରାଜନୀତି କରୁଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: