Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢିଚାଲିଛି

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢିଚାଲିଛି

ରାଜ୍ୟରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢିଚାଲିଛି । କେତେ ବେଳେ ର୍ଦୁଘଟଣା ତ ଆଉ କେତେବେଳେ ହତ୍ୟା କରାଯାଉଛି। ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକରୁ । ତାମିଲନାଡ଼ୁରେ କିଛି ଦାଦନ ଶ୍ରମିକଙ୍କୁ ପ୍ରଥମେ ରେଳ ଷ୍ଟେସନରୁ ଅପହରଣ କରାଗଲା ପରେ ମାଡ଼ ମାରିବା ସହ ଶାରୀରିକ ନିର୍ଯାତନା ଦେଇ ଜଣକା ୧୫ ହଜାର ଟଙ୍କା ମାଗିଥିଲେ । ଟଙ୍କା ଦେଲେ ଛାଡିବେ ନହେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଅପହରଣକାରୀ। ଶେଷରେ ନିରୁପାୟ ହୋଇ ଘରକୁ ଫୋନ କରି ଟଙ୍କା ମାଗିଥିଲେ ଦାଦନ ଶ୍ରମିକ, ଟଙ୍କା ପାଇବା ପରେ ସେମାନଙ୍କୁ ଛାଡିଥିଲେ ଅପହରକାରୀ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପଙ୍କ ଓ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମରେ। ଗତ ଗୁରୁବାର ଦିନ ସିନ୍ଧିପଙ୍କ ଗ୍ରାମର ଭୀମ ବେହେରା (୩୭),ଗଙ୍ଗାପୁର ଗ୍ରାମର କୃଷ୍ଣ କାର୍ଯି (୧୮) ଓ ଟୁନା କାର୍ଯି (୨୦) ନାମକ ତିନି ଜଣ ଯୁବକ ଦାଦନ ଖଟିବାକୁ କେରଳ ଯାଉଥିଲେ। ରାସ୍ତାରେ କିଛି ଦୁର୍ବୁତ୍ତ ସେଲାମ ଷ୍ଟେସନରେ ଗୋଟିଏ ଭିଜିଟିଙ୍ଗ କାର୍ଡ ଦେଇ ପାରଲେଜି ବିସ୍କୁଟ କାରଖାନାରେ କାମ କରିବା ପାଇଁ ଶ୍ରମିକ ଆବଶ୍ୟକ ଥିବା ନେଇ ସୂଚନା ଦେଇଥିଲେ।

ପରେ ତିନି ଜଣ ଯୁବକ ସେହି ସ୍ଥାନରେ ପହଞ୍ଚିଥିଲେ। ସେଠାରେ କାମ କରିବା ପାଇଁ ସେହି ଭିଜିଟିଙ୍ଗ କାର୍ଡରେ ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ। ସେମାନେ ଆସିବାକୁ ପରାମର୍ଶ ଦେବା ସହ ସେଲାମ ଷ୍ଟେସନରେ ପହଞ୍ଚି ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ କହିଥିଲେ।

ସେମାନଙ୍କ କହିବା ଅନୁସାରେ ତିନି ଜଣ ଯୁବକ ସେଲାମ ଷ୍ଟେସନରେ ପହଞ୍ଚିବା ପରେ ଭିଜିଟିଙ୍ଗ କାର୍ଡରେ ଥିବା ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ଦୁଇ ଜଣ ବ୍ୟକ୍ତି ଗୋଟିଏ କାରରେ ଆସି ତାଙ୍କୁ ନେଇ ଯାଇଥିଲେ। ଷ୍ଟେସନରୁ ପ୍ରାୟ ଦୁଇ ତିନି ଘଣ୍ଟା ଜଙ୍ଗଲ ରାସ୍ତାରେ ନେବା ପରେ ଗୋଟିଏ ବନ୍ଦ କୋଠରୀରେ ରଖି ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ତିନି ଜଣଙ୍କୁ ନିର୍ଦ୍ଧୁମ ମାଡ ମାରିବା ପରେ ତାଙ୍କୁ ଜଣକ ପିଛା ୧୫ ହଜାର ଟଙ୍କା ଲେଖାଏଁ ଏକ ଘଣ୍ଟା ଭିତରେ ଦେବାକୁ ଧମକ ଦେଇଥିଲେ । ଯଦି ଟଙ୍କା ଦେବାରେ ବିଳମ୍ବ ହୁଏ ତେବେ ପ୍ରତ୍ୟେକ ଅଧ ଘଣ୍ଟାରେ ୫ ହଜାର ଟଙ୍କା ଅଧିକ ଦାବି କରିଥିଲେ। ପ୍ରଥମ ଯୁବକ ଭୀମ ବେହେରା ତୁରନ୍ତ ଘରକୁ ଫୋନ କରି ୧୫ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଦେଇଥିଲେ। ଅନ୍ୟ ଦୁଇ ଜଣ ଯୁବକ ଅଧ ଘଣ୍ଟା ବିଳମ୍ବ ହେବାରୁ ୨୦ ହଜାର ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ।

ମୋଟ ୫୫ ହଜାର ଟଙ୍କା ପାଇବା ପରେ ଦୃର୍ବୁତ୍ତ ମାନେ ତିନି ଜଣଙ୍କ ଆଖିରେ ପଟି ବାନ୍ଧି ବେକରେ ଧାରୁଆ ଅସ୍ତ୍ର ରଖି ତିନି ଘଣ୍ଟା ଚଲାପଥରେ ନେବା ପରେ ତାଙ୍କୁ ମୁଖ୍ୟ ରାସ୍ତାରେ ଛାଡି ସେଠାରୁ ଚମ୍ପଟ ମାରିଥିଲେ। ସେଠାରୁ କୌଣସି ମତେ ନିଜ ଗ୍ରାମରେ ପହଞ୍ଚି ଚିକିତ୍ସା ହେଉଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଉକ୍ତ ଦୃର୍ବୁତ୍ତଙ୍କ ଧରି କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବୀ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-pain-of-depression-is-increasing-day-by-day-in-the-state | Argus News