ପଞ୍ଜିକାରେ ଲେଖା ଅଛି, ଭାରତ ପାକିସ୍ତାନ ଯୁଦ୍ଧ

ପହଲଗାମ ଘଟଣାରେ ଭାରତ ପ୍ରତିଶୋଧ ନେବା ପରେ ଭାରି ଓ ପାକିସ୍ତାନ ମଧ୍ୟରେ ଏବେ ଚାଲିଛି ଅଘୋଷିତ ଯୁଦ୍ଧ। ତେବେ ଏକଥା ପୂର୍ବରୁ ପଞ୍ଜିକାରେ ଲେଖାଥିଲା ବୋଲି କହିଛନ୍ତି ଜ୍ୟୋତିର୍ବିଦ ଡ଼ ନରେଶ ଚନ୍ଦ୍ର ଦାସ। ସେ କହିଛନ୍ତି ଚଳିତବର୍ଷ ଗଣନାରେ ପଞ୍ଚ ଗ୍ରହକୂଟ ଚାରିଥର ପଡୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ପୂର୍ବରୁ ସୂଚନା ରହିଥିଲା।
ଏଥିରେ ଭାରତକୁ ଆମେରିକା, ଫ୍ରାନ୍ସ, ଋଷ, ଜର୍ମାନୀ ସମର୍ଥନ କରିବେ। ତୃତୀୟ ବିଶ୍ବଯୁଦ୍ଧ ନେଇ ସମ୍ଭାବନା ରହିଛି। ଇସଲାମ ରାଷ୍ଟ୍ର ମାନେ ସଂଘଠିତ ହେବା ସହ ଏସିଆରେ ଅରାଜକତା ସୃଷ୍ଟି ଓ ଆର୍ଥିକ ଦୁରବସ୍ଥା ହେବ ବୋଲି କହିଛନ୍ତି ଜ୍ୟୋତିର୍ବିଦ ଡ଼ ନରେଶ ଚନ୍ଦ୍ର ଦାସ। ସେପଟେ ପଞ୍ଜିକାରେ ପଡୋଶୀ ରାଷ୍ଟ୍ର ମାନଙ୍କ ପ୍ରତି ସତର୍କତା ଆବଶ୍ୟକ ସହ ପଡୋଶୀ ଦେଶ ପାକିସ୍ତାନ ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତା ଅନୁପ୍ରବେଶ,,ସେନା କାର୍ଯ୍ୟକଳାପ ଦ୍ବାରା ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ ବୋଲି ପାଞ୍ଜିରେ ଉଲ୍ଲେଖ ଥିବା ଜ୍ୟୋତିର୍ବିଦ ଡ଼ ନରେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।
📱 Get Argus News App
✨ଗତକାଲି ରାତିରେ LOCର ବିଭିନ୍ନ ସ୍ଥାନରେ ଗତରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ସବୁ ଆକ୍ରମଣ ବିଫଳ କରାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି । ପାକିସ୍ତାନକୁ ମୁହଁତୋଡ ଜବାବ ଦିଆଯାଇଛି।