Videos
|
Odisha

ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା

Ritu Das
Browse all articles by Ritu Das
·2 years ago·2 min read
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା

ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ । ବିଜେପି ସମର୍ଥକଙ୍କୁ ନେଇ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ଭୁଜାଲି ଚୋଟରେ ଲହୁଲୁହାଣ ହୋଇଥିଲେ ଡ୍ରାଇଭର ବିଶ୍ଵନାଥ ମିର୍ଦ୍ଧା । ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି । ଏତିକିରେ ସରିନି ବର୍ବରତା । ହତ୍ୟାକାଣ୍ଡ ପରେ ଛାତି ବାଡେଇ କାନ୍ଦୁଥିବା ପରିବାରଜନଙ୍କୁ ଅମାନୁଷିକ ଭାବେ ଉଠାଇ ନେଇଛି ସମ୍ବେଦନହୀନ ପୋଲିସ । 2 ମାସର ଶିଶୁକୁ ବି ଥାନାକୁ ଭିଡିଛି । ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟାକାଣ୍ଡ ଘଟିଥିବା ଯୁକ୍ତି କରିଛି ପୋଲିସ ।  

ନିର୍ବାଚନ ସମୟରେ କ୍ଷମତା ନିଶାରେ ଚୁର୍ ବିଜେଡି ଗୁଣ୍ଡା ବାହିନୀ । ରାଉରକାଲାରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସାରଦା ନାୟକ, ବୁଥ୍ ରେ ପଶି ବିଜେଡି ପାଇଁ ଭୋଟ ମାଗିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ ଟାଣିଟାଣି ବାହାର କରିଥିବା ଦେଖିବାକୁ ମିଳିଛି।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଆତଙ୍କରାଜ୍। ତୁରୁମ ପଞ୍ଚାୟତର ବେରୁଆବାଡି ଗାଁରେ ବୁଥ୍ ରିଗିଂ ଉଦ୍ୟମବେଳେ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ କରିଛନ୍ତି ଆକ୍ରମଣ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ ହୋଇଛି । ଉତ୍ତେଜନା କାରଣରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବୌଦ୍ଧ ବ୍ଳକର ମହେଶ୍ବର ପିଣ୍ଡା ବୁଥ୍ ନମ୍ବର 28ରେ ମତଦାନ ପ୍ରଭାବିତ ହୋଇଛି ।

ଭୋଟରଙ୍କୁ ଭୋଟ୍ ଦେବାକୁ ନଛାଡ଼ି ଜୋର ଜବରଦସ୍ତ ବିଜେଡି ଏଜେଣ୍ଟ ଭୋଟ୍  ଦେଉଥିବା ଅଭିଯୋଗ ହୋଇଛି । ପ୍ରତିବାଦ କଲେ ବି ପୋଲିସ ନିଦା ବିଷ୍ଣୁ ପାଲଟିଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବେଲଗାଁ ଥାନା ଗଣ୍ଡଳ ପଞ୍ଚାୟତରେ ବିଜେପି ନେତାଙ୍କ ଉପରେ ବିଜେଡ଼ି ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ସମୟରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ବରେ ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର 5 ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ 35 ବିଧାନସଭା ଆସନରେ ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର